ଦିଲ୍ଲୀ ଏନସିଆରରେ କମିଲା ଭିଜିବିଲିଟି: କୁହୁଡିର ଆସ୍ତରଣ ନା ସ୍ମଗ ଚାଦର, ଦ୍ୱନ୍ଦ୍ୱରେ ଲୋକେ
ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଦେଖିବାକୁ ମିଳିଛି ଅସ୍ୱାଭାବିକ ଚିତ୍ର।ବଢ଼ି ଭୋରରୁ ବହଳ ଚାଦର ଭିତରେ ଘୋଡେଇ ହୋଇଛି ଦିଲ୍ଲୀ।ତେବେ ଏହା କୁହୁଡି ନା ସ୍ମଗ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ।ଏଭଳି ଆସ୍ତରଣ ଫଳରେ ଭିଜିବିଲିଟି କମିଛି।୧୦୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖା ଯାଉ ନାହିଁ। ଏଥିପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।ସତର୍କତାର ସହିତ ଲୋକେ ଯା ଆସ କରୁଛନ୍ତି। କେବଳ ଦିଲ୍ଲୀ ଏନସିଆର ନୁହେଁ ଉତ୍ତର ଭାରତର କିଛି ଅଞ୍ଚଳରେ ଏଭଳି […]
ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଦେଖିବାକୁ ମିଳିଛି ଅସ୍ୱାଭାବିକ ଚିତ୍ର।ବଢ଼ି ଭୋରରୁ ବହଳ ଚାଦର ଭିତରେ ଘୋଡେଇ ହୋଇଛି ଦିଲ୍ଲୀ।ତେବେ ଏହା କୁହୁଡି ନା ସ୍ମଗ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ।ଏଭଳି ଆସ୍ତରଣ ଫଳରେ ଭିଜିବିଲିଟି କମିଛି।୧୦୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖା ଯାଉ ନାହିଁ। ଏଥିପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।ସତର୍କତାର ସହିତ ଲୋକେ ଯା ଆସ କରୁଛନ୍ତି।
କେବଳ ଦିଲ୍ଲୀ ଏନସିଆର ନୁହେଁ ଉତ୍ତର ଭାରତର କିଛି ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।ଦିଲ୍ଲୀରୁ ଉତ୍ତର ପ୍ରଦେଶ ଓ ପଞ୍ଜାବ ପର୍ଯ୍ୟନ୍ତ କୁହୁଡି ଆସ୍ତରଣ ଦେଖିବାକୁ ମିଳିଛି।ଏଭଳି କୁହୁଡି ବା ଧୂଆଁ ଆସ୍ତରଣ ପଛରେ ପରିବେଶ ପ୍ରଦୂଷଣ ଦାୟୀ ବୋଲି କୁହା ଯାଉଛି।ଶୀତ ଋତୁ ଆସିଲେ ଦିଲ୍ଲୀରେ ଧୂଆଁ ଓ କୁହୁଡି ଆସ୍ତରଣ ଦେଖିବାକୁ ମିଳେ।ପଞ୍ଜାବ ଓ ହରିୟାଣାରେ ଏହି ସମୟରେ ପାଳ ପୋଡିବା ଯୋଗୁଁ ଦିଲ୍ଲୀରେ ଏଭଳି ସ୍ଥିତି ଲାଗି ଆସୁଛି ବୋଲି ଦିଲ୍ଲୀ ସରକାର ଅଭିଯୋଗ କରି ଆସୁଛନ୍ତି।




