ଦିଲ୍ଲୀବାସୀଙ୍କୁ ଅଣନିଶ୍ୱାସୀ କଲାଣି ପ୍ରଦୂଷଣ

ସମୟ ଲାଇଭ,୧୪/୧୦: ଶୀତଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ତେବେ ଏହାର ଅଳ୍ପଦିନ ବ୍ୟବଧାନରେ ମାତ୍ରାଧିକ ପ୍ରଦୂଷଣ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ସୋମବାର ବାୟୁ କ୍ୟାଲିଟି ଇଣ୍ଡେକ୍ସ ୨୨୩ରେ ପହଞ୍ଚିଛି। ତେବେ ହରିୟାଣାର କରନାଲ ଅଞ୍ଚଳରୁ ନିର୍ଗତ ଧୂଆଁ ଏହି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହି ଧୂଆଁକୁ ରୋକା ନଗଲେ ଆଗାମୀ ଦିନରେ ପରିଣାମ ଅଧିକ ବିଗିଡ଼ଇବାରେ […]

Samaya Live Picture
Published On

ସମୟ ଲାଇଭ,୧୪/୧୦: ଶୀତଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ତେବେ ଏହାର ଅଳ୍ପଦିନ ବ୍ୟବଧାନରେ ମାତ୍ରାଧିକ ପ୍ରଦୂଷଣ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ସୋମବାର ବାୟୁ କ୍ୟାଲିଟି ଇଣ୍ଡେକ୍ସ ୨୨୩ରେ ପହଞ୍ଚିଛି। ତେବେ ହରିୟାଣାର କରନାଲ ଅଞ୍ଚଳରୁ ନିର୍ଗତ ଧୂଆଁ ଏହି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହି ଧୂଆଁକୁ ରୋକା ନଗଲେ ଆଗାମୀ ଦିନରେ ପରିଣାମ ଅଧିକ ବିଗିଡ଼ଇବାରେ ଲାଗିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ହରିୟାଣାରୁ ଆସୁଥିବା ଏହି ଧୂଆଁ ପ୍ରଭାବରେ ଦିତ୍ଲୀ ଆକାଶ ଦିନ ତମାମ ଧୂଆଁଳିଆ ରହିବା ସହ ଲୋକଙ୍କୁ ଅଣନିଶ୍ୱାସୀ କରିପକାଉଛି। ତେବେ ହରିୟାଣାର ଆଖପାଖ ଅଞ୍ଚଳ ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ, ବାଗପତ୍‍, ମୁରଥଲ୍‍, ଫରିଦାବାଦ ଆଦି ସ୍ଥାନରେ ବିଶେଷ ପ୍ରଭାବ ପକାଉଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଆଗାମୀ ଦିନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପରିଣାମ ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।

Tags: