ଜେଏନ୍‌ୟୁରେ ପୁଲିସ ସହ ସଂଘର୍ଷ ବେଳୋ ୨୮ ଛାତ୍ର ଅଟକ, ୬ ପୁଲିସ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଆଜି ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ)ର ୨୮ ଜଣ ଛାତ୍ରଙ୍କୁ ଅଟକ ରଖିଛି। ଜେଏନ୍‌ୟୁ ଛାତ୍ରସଂଘ ସଭାପତି ନୀତେଶ କୁମାର, ଉପସଭାପତି ମନୀଷା ଏବଂ ସାଧାରଣ ସମ୍ପାଦକ ମୁନ୍ତିଆ ଫାତିମାଙ୍କ ସମେତ ପ୍ରାୟ ୭୦-୮୦ ଛାତ୍ରଙ୍କର ବିଶ୍ବବିଦ୍ୟାଳୟର ପଶ୍ଚିମ କ୍ୟାମ୍ପସ ନିକଟରେ ପୁଲିସ ସହ ସଂଘର୍ଷ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଛାତ୍ରମାନେ ବିଶ୍ବବିଦ୍ୟାଳୟର ପଶ୍ଚିମ ଗେଟ୍‌ ନିକଟରେ ଏକଜୁଟ୍‌ ହୋଇଥିଲେ। ସେମାନେ ନେଲ୍‌ସନ ମାଣ୍ଡେଲା ମାର୍ଗ ଯିବାପାଇଁ ଉଦ୍ୟମ କରିବା […]

ଜେଏନ୍‌ୟୁରେ ପୁଲିସ ସହ ସଂଘର୍ଷ ବେଳୋ ୨୮ ଛାତ୍ର ଅଟକ, ୬ ପୁଲିସ ଆହତ
Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଆଜି ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ)ର ୨୮ ଜଣ ଛାତ୍ରଙ୍କୁ ଅଟକ ରଖିଛି। ଜେଏନ୍‌ୟୁ ଛାତ୍ରସଂଘ ସଭାପତି ନୀତେଶ କୁମାର, ଉପସଭାପତି ମନୀଷା ଏବଂ ସାଧାରଣ ସମ୍ପାଦକ ମୁନ୍ତିଆ ଫାତିମାଙ୍କ ସମେତ ପ୍ରାୟ ୭୦-୮୦ ଛାତ୍ରଙ୍କର ବିଶ୍ବବିଦ୍ୟାଳୟର ପଶ୍ଚିମ କ୍ୟାମ୍ପସ ନିକଟରେ ପୁଲିସ ସହ ସଂଘର୍ଷ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଛାତ୍ରମାନେ ବିଶ୍ବବିଦ୍ୟାଳୟର ପଶ୍ଚିମ ଗେଟ୍‌ ନିକଟରେ ଏକଜୁଟ୍‌ ହୋଇଥିଲେ। ସେମାନେ ନେଲ୍‌ସନ ମାଣ୍ଡେଲା ମାର୍ଗ ଯିବାପାଇଁ ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍‌ ‌ରଖି ଅଟକାଇଥିଲା। ପୁଲିସର ବାରମ୍ବାର ଅନୁରୋଧ ସତ୍ତ୍ବେ ଛାତ୍ରମାନେ ବ୍ୟାରିକେଡ୍‌ ଭାଙ୍ଗିଥିଲେ ଏବଂ ପୁଲିସ ପ୍ରତି ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଛାତ୍ର-ପୁଲିସ ସଂଘର୍ଷ ନେଇ ସେଠାରେ ଅସ୍ଥ‌ାୟୀ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଥିଲା। ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାପାଇଁ ପୁଲିସ ‌ଜେଏନ୍‌ୟୁଏସ୍‌ୟୁ ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ସମେତ ୨୮ ଛାତ୍ରଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ୧୯ ଛାତ୍ର ଏବଂ ୬ ଛାତ୍ରୀ ଅଛନ୍ତି। ଛାତ୍ରଙ୍କ ସହ ସଂଘର୍ଷରେ ୬ ଜଣ ପୁଲିସ ମଧ୍ୟ ଆହତ ହୋଇଛନ୍ତି।

Tags: