୩ଥର ପାଇଁ ସ୍ଥଗିତ ହେଲା ଦିଲ୍ଲୀରେ ମେୟର ନିର୍ବାଚନ
ନୂଆଦିଲ୍ଲୀ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ର ମେୟର ତଥା ଡେପୁଟି ମେୟର ନିର୍ବାଚନକୁ ସୋମବାର କ୍ରମାଗତ ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି I ଏମସିଡି ନିର୍ବାଚନକୁ ସ୍ଥଗିତ ରଖାଯିବା ପରେ ଏହାକୁ ନେଇ ନୋଟିସ ଜାରି କରିଛି ଆମ ଆଦମୀ ପାର୍ଟି । ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇବା ସହିତ ବିଜେପି ହେର୍ଡକ୍ବାର୍ଟର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆପ ନେତାମାନେ । ଏହି ଘଟଣାରେ ଆଜି ଆମ୍ […]
ନୂଆଦିଲ୍ଲୀ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ର ମେୟର ତଥା ଡେପୁଟି ମେୟର ନିର୍ବାଚନକୁ ସୋମବାର କ୍ରମାଗତ ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି I ଏମସିଡି ନିର୍ବାଚନକୁ ସ୍ଥଗିତ ରଖାଯିବା ପରେ ଏହାକୁ ନେଇ ନୋଟିସ ଜାରି କରିଛି ଆମ ଆଦମୀ ପାର୍ଟି । ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇବା ସହିତ ବିଜେପି ହେର୍ଡକ୍ବାର୍ଟର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆପ ନେତାମାନେ । ଏହି ଘଟଣାରେ ଆଜି ଆମ୍ ଆଦମୀ ପାର୍ଟି ଏବଂ ବିଜେପି ପରସ୍ପର ମୁହାଁମୁହିଁ ହେଇଛନ୍ତି ।
ଏହି ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରିଛନ୍ତି କି ଦିଲ୍ଲୀରେ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିବାରୁ ଏହି ଘଟଣା ରେ ଆପ ବିଜେପି ବିରୋଧରେ ସୁପ୍ରିମକୋର୍ଟ ଯିବ I ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସିସୋଦିଆ ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି କି, ବିଜେପି ମେୟର ଏବଂ ଡେପୁଟି ମେୟର ଚୟନ ନକରି ଗଣତନ୍ତ୍ରକୁ ହତ୍ୟା କରୁଛି I ଦିଲ୍ଲୀ ଉପରାଜ୍ୟପାଳ ୧୦ ମନୋନୀତ ସଦସ୍ୟଙ୍କୁ ଭୋଟିଂ ପାଇଁ ଅନୁମତି ଦେବାକୁ ନେଇ ଗତକାଲି ଏମସିଡି ହାଉସରେ ଉଭୟ ପାର୍ଟି ପକ୍ଷରୁ ଜୋରଦାର ହଙ୍ଗାମା ହୋଇଥିଲା । ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଚୟନ କରିବା ପାଇଁ ମତଦାନ ଏକାସାଙ୍ଗରେ ଅନୁଷ୍ଠିତ ହେବ ବୋଲି ଏମସିଡି ପ୍ରିଜାଇଡିଂ ଅଫିସର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଡିଏମସି ଆକ୍ଟ ଅନୁଯାୟୀ ଯେଉଁମାନେ ମେୟର ଏବଂ ଡେପୁଟି ମେୟର ମତଦାନରେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି ସେହିମାନେ ମତଦାନ ଜାରି ପାରିବେ I ଆପ ର କାଉନସିଲର ତଥା ଗୃହର ନେତା ମୁକେଶ ଗୋଏଲ କହିଛନ୍ତି: “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆଲର୍ଡମାନେ କେବଳ ୱାର୍ଡ କମିଟି ପୋଲରେ ଭୋଟ୍ ଦେଇପାରିବେ କିନ୍ତୁ ମେୟର ପୋଲରେ ଭୋଟ୍ ଦେଇ ପାରିବେ ନାହିଁ। ଏହା ସଂପୂର୍ଣ୍ଣ ବେଆଇନ | ଏହା ସହିତ ଆପ ଆଭିଯୋଗ କରିଥିଲାକି ବିଜେପି କିଣାବିକା ରାଜନୀତି ବନ୍ଦ କରୁ I ଆମ ନେତା ମାନଙ୍କୁ ଖରୀଦନା ବନ୍ଦ କରୋ I ଏହି ହଙ୍ଗାମା ପରେ ଗୃହର ପରେ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ଗୃହକୁ ୧୦ ମିନିଟ ପାଇଁ ସ୍ଥଗିତ ରଖିଥିଲେ। ସମ୍ବିଧାନ ବିରୋଧରେ ଯାଇ ଉପରାଜ୍ୟପାଳ ନିର୍ବାଚନ କରିବାକୁ ଚାହୁଁଥିବାରୁ ଆପ ଏହାର ଦୃଢ଼ ବିରୋଧ କରିଥିଲା ।
ସେପଟେ ଉପରାଜ୍ୟପାଳଙ୍କ ମନମାନୀକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆପ । ତିନି ଥର ନିର୍ବାଚନ ସ୍ଥଗିତ ରଖାଯିବାକୁ ନେଇ ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶେଲି ଓବରଏ ପିଟିସନ ଦାଏର କରିଛନ୍ତି ।




