‘ମହିଳା ସମ୍ମାନ ଯୋଜନା’କୁ ଦିଲ୍ଲୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ : ମହିଳା ମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ମିଳିବ ୧୦୦୦ ଟଙ୍କା । ଆଜି ସକାଳେ ହୋଇଥିବା ଦିଲ୍ଲୀ କ୍ୟାବିନେଟ୍ ବୈଠକରେ ଏହି ଯୋଜନାର ମଞ୍ଜୁରି ମିଳିଛି । ପୂର୍ବରୁ ଅର୍ଥ ବିଭାଗ ଏହି ଯୋଜନା ଉପରେ ଆପତ୍ତି ଉଠାଇଥିଲା। ସୂଚନା ମୁତାବକ, ୨୦୨୪-୨୫ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ଆତିଶୀ ମହିଳା ସମ୍ମାନ ଯୋଜନାର ଘୋଷଣା କରିଥିଲେ । […]

Samaya Live Picture
Published On

ନୂଆଦିଲ୍ଲୀ : ମହିଳା ମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ମିଳିବ ୧୦୦୦ ଟଙ୍କା । ଆଜି ସକାଳେ ହୋଇଥିବା ଦିଲ୍ଲୀ କ୍ୟାବିନେଟ୍ ବୈଠକରେ ଏହି ଯୋଜନାର ମଞ୍ଜୁରି ମିଳିଛି । ପୂର୍ବରୁ ଅର୍ଥ ବିଭାଗ ଏହି ଯୋଜନା ଉପରେ ଆପତ୍ତି ଉଠାଇଥିଲା।

ସୂଚନା ମୁତାବକ, ୨୦୨୪-୨୫ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ଆତିଶୀ ମହିଳା ସମ୍ମାନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନାରେ ପ୍ରତିମାସ ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ୧ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହ ୨୦୨୪-୨୫ ରେ ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣର ଯୋଜନା ପାଇଁ ୨ ହଜାର କୋଟି ଟଙ୍କା ଆବଣ୍ଟନ ପାଇଁ ଘୋଷଣା ହୋଇଥିଲା । ତେବେ ଏହି ଯୋଜନାର ସୁବିଧା ପାଇବା ପାଇଁ ହେଲେ ମହିଳା ଜଣକ ଦିଲ୍ଲୀ ବାସିନ୍ଦା ହୋଇଥିବା ଦରକାର । ଯେଉଁମାନଙ୍କର ଦିଲ୍ଲୀର ଭୋଟର କାର୍ଡ ଥିବ କେବଳ ସେମାନେ ହିଁ ଏହି ଯୋଜନାର ଲାଭ ପାଇପାରିବେ । ଏହା ବ୍ୟତୀତ ଯଦି କୌଣସି ମହିଳା ଇନକମ୍ ଟ୍ୟାକ୍ସ ଦେଉଛନ୍ତି କିମ୍ବା ପୂର୍ବରୁ ଦିଲ୍ଲୀ ସରକାରଙ୍କ ଅନ୍ୟ କୌଣସି ଯୋଜନାର ଲାଭ ଉଠାଉଛନ୍ତି କିମ୍ବା ଜଣେ ସରକାରୀ କର୍ମଚାରୀ ହୋଇଥାନ୍ତି, ତେବେ ସେମାନେ ଏହି ଯୋଜନାରେ ଲାଭ ଉଠେଇପାରିବେ ନାହିଁ ।

ସୂଚନାନୁସାରେ,ମହିଳା ସମ୍ମାନ ଯୋଜନାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ । ତେବେ ନିର୍ବାଚନରେ ଆମ ଆଦମୀ ପାର୍ଟି ସରକାର ଗଢିଲେ ପ୍ରତି ଦିଲ୍ଲୀ ବାସିନ୍ଦା ମହିଳାଙ୍କୁ ୨୧୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ । ଏହି ଯୋଜନାର ଲାଭ ନେବା ପାଇଁ ବର୍ତ୍ତମାନ ମହିଳାମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ଯୋଜନା ଘୋଷଣା କରି ଦିଲ୍ଲୀର ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦିଲ୍ଲୀରେ ‘ମହିଳା ସମ୍ମାନ ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ମହିଳା ଆକାଉଣ୍ଟରେ ୧୦୦୦ ଟଙ୍କା ଜମା ହେବ । ଯଦି ୨୦୨୫ ରେ ସରକାର ଗଠନ ହୁଏ, ତେବେ ଏହାକୁ ୨୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜୀକରଣ ପରେ ଟଙ୍କା ଆସିବା ଆରମ୍ଭ କରିବ I ଏହି ସମ୍ମାନ ହେଉଛି ମହିଳାମାନଙ୍କର ଅଧିକାର । କେଜ୍ରିୱାଲ ଯାହା କରିବାକୁ ନିଷ୍ପତ୍ତି ନିଅନ୍ତି ତାହା କରନ୍ତି। ସେ ଯାହା କହିଛନ୍ତି ତାହା କରି ସେ ଦର୍ଶାଇଛନ୍ତି ଯେ ମା ଏବଂ ଭଉଣୀମାନେ ସେମାନଙ୍କର ଅଧିକାର ପାଇବେ।

Tags: