ବିଷାକ୍ତ ହେଉଛି ଦିଲ୍ଲୀ :ବଢୁଛି ପ୍ରଦୂଷଣ, ଅଣନିଶ୍ୱାସୀ ଦିଲ୍ଲୀବାସୀ

ନୂଆଦିଲ୍ଲୀ:ବିଷ ବଳୟରେ ନୂଆଦିଲ୍ଲୀ।ପ୍ରଦୂଷଣ ବଢିବା ହେତୁ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ରାଜଧାନୀ ଦିଲ୍ଲୀରେ। ବାୟୁର ଗୁଣାବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି।ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୫୦୦ ଟପିଛି।ଲଗାତାର ଭାବେ କିଛି ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁଳ ଭାବେ ପ୍ରଭାବ ପକାଉଛି ବିଷାକ୍ତ ବାୟୁ। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଲକ୍ଷ୍ୟ ରଖିଥିବା […]

Samaya Live Picture
Published On

ନୂଆଦିଲ୍ଲୀ:ବିଷ ବଳୟରେ ନୂଆଦିଲ୍ଲୀ।ପ୍ରଦୂଷଣ ବଢିବା ହେତୁ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ରାଜଧାନୀ ଦିଲ୍ଲୀରେ। ବାୟୁର ଗୁଣାବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି।ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୫୦୦ ଟପିଛି।ଲଗାତାର ଭାବେ କିଛି ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି।

ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁଳ ଭାବେ ପ୍ରଭାବ ପକାଉଛି ବିଷାକ୍ତ ବାୟୁ। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଲକ୍ଷ୍ୟ ରଖିଥିବା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟା ଜାରି ରହିଛି।ପ୍ରତି ବର୍ଷ ଶୀତ ଦିନ ଆସିଲେ ଦିଲ୍ଲୀରେ ପ୍ରଦୂଷଣ ଆରମ୍ଭ ହୋଇଯାଏ। ଏଵେ ଏହାର ସ୍ଥାୟୀ ପ୍ରତିକାର ଚାହୁଁଛନ୍ତି ଦିଲ୍ଲୀବାସୀ।ସରକାର ତମାମ ଚେଷ୍ଟା ଚଳାଇଛନ୍ତି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କିନ୍ତୁ ଧୀରେ ଧୀରେ ସ୍ଥିତି ବିଗିଡ଼ିବାରେ ଲାଗିଛି।

Tags: