ଦୀପିକା ଭାରତର ପ୍ରଥମ ମାନସିକ ସ୍ବାସ୍ଥ୍ୟ ଆମ୍ବାସଡର ନିଯୁକ୍ତ
ନୂଆଦିଲ୍ଲୀ: ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଭାରତର ପ୍ରଥମ ମାନସିକ ସ୍ବାସ୍ଥ୍ୟ ଆମ୍ବାସଡର ନିଯୁକ୍ତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦୀପିକାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଦୀପିକା ଏସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି। ଦୀପିକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ପୂଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସହିତ ବସିବାର ଏକ ଫଟୋ ସେୟାର କରିଛନ୍ତି। ଏହି […]
ନୂଆଦିଲ୍ଲୀ: ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଭାରତର ପ୍ରଥମ ମାନସିକ ସ୍ବାସ୍ଥ୍ୟ ଆମ୍ବାସଡର ନିଯୁକ୍ତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦୀପିକାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଦୀପିକା ଏସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି। ଦୀପିକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ପୂଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସହିତ ବସିବାର ଏକ ଫଟୋ ସେୟାର କରିଛନ୍ତି। ଏହି ନିଯୁକ୍ତି ନେଇ ସେ ଗଭୀର ଭାବେ ସମ୍ମାନିତ ମନେ କରୁଛନ୍ତି। ମାନସିକ ସ୍ବାସ୍ଥ୍ୟକୁ ଦେଶରେ ଗୁରୁତ୍ବ ଦିଆଯିବା ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀପିକା ମାନସିକ ସ୍ବାସ୍ଥ୍ୟ ଦିଗରେ ବହୁ ବର୍ଷ ହେଲା କାମ କରିଆସୁଛନ୍ତି। ମାନସିକ ଅବସାଦ ସହିତ ଲଢ଼ିବାକୁ ସେ ୨୦୧୫ରେ ‘ଦ ଲାଇଭ୍ ଲାଫ ଲଭ ଫାଉଣ୍ଡେସନ’ ଗଠନ କରିଥିଲେ। ତାଙ୍କୁ ଏହି ନିଯୁକ୍ତି ମିଳିବାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିବାବେଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।




