‘ଦ ଆଇରନ ମ୍ୟାନ’ ଜାମସେଦ ଜେ ଇରାନୀ ଙ୍କ ପରଲୋକ
ଜାମସେଦପୁର : ଦେଶର ଇସ୍ପାତ ମଣିଷ କୁହାଯାଉଥିବା ଜାମସେଦ ଜେ ଇରାନୀ ଙ୍କ ପରଲୋକ I ୩୧ ଅକ୍ଟୋବର ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା I ସେ ଟାଟା ଷ୍ଟିଲ ର ପୂର୍ବତନ ଏମଡି ରହିଆସିଥିଲେ I ସୂଚନାନୁସାରେ ପଦ୍ମଭୂଷଣ ଡ.ଜାମସେଦ ଜୀ,ଗତକାଲି (୩୧ ଅକ୍ଟୋବର) ରାତି ୧୦ଟାରେ ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ […]
ଜାମସେଦପୁର : ଦେଶର ଇସ୍ପାତ ମଣିଷ କୁହାଯାଉଥିବା ଜାମସେଦ ଜେ ଇରାନୀ ଙ୍କ ପରଲୋକ I ୩୧ ଅକ୍ଟୋବର ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା I ସେ ଟାଟା ଷ୍ଟିଲ ର ପୂର୍ବତନ ଏମଡି ରହିଆସିଥିଲେ I
ସୂଚନାନୁସାରେ ପଦ୍ମଭୂଷଣ ଡ.ଜାମସେଦ ଜୀ,ଗତକାଲି (୩୧ ଅକ୍ଟୋବର) ରାତି ୧୦ଟାରେ ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ପତ୍ନୀ ଡେଜି ଇରାନୀ ଏବଂ ତିନି ପିଲା ଜୁବିନ,ନିଲଫୋର ଏବଂ ତନାଜଙ୍କୁ ଛାଡି ଯାଇଛନ୍ତି I
ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୧୯୭୯ରେ ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୮୫ରେ ସଭାପତି ହୋଇଥିଲେ। ୧୯୯୨ରୁ ୨୦୦୧ ଜୁଲାଇ ଯାଏଁ ଟାଟାର ପରିଚାଳକ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି। ଜାମସେଦ ଜୀ ୧୯୩୬ ଜୁନ ମାସ ୨ ତାରିଖ ନାଗପୁର ରେ ଜନ୍ମ ଗ୍ରହଣ କରିଥିଲେ I ସେ ୧୯୫୬ ରେ ସାଇନ୍ସ କଲେଜ ନାଗପୁର ରୁ ସ୍ନାତକ ପାସ କରିଥିଲେ I ଏହାପରେ ୧୯୫୮ ରେ ବହୁ ବିଜ୍ଞାନ ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ I ପରେ ୧୯୬୦ ସେ ୟୁ.କେ ର ସେଫିଇଲଡ ବିଶ୍ୱବିଦ୍ୟାଳୟରୁ ଧାତୁକର୍ମରେ ଓ ୧୯୬୩ ରେ ସେ ପିଏଚ୍ଡି ସମାପ୍ତ କରିଥିଲେ I
ଭାରତ ଆସିବାପରେ ସେ ୧୯୮୧ ମସିହାରୁ ୪ ଦଶକରୁ ଅଧିକ ହେବ ଟାଟା ଷ୍ଟିଲ ସହିତ ଜଡିତ ରହିଥିଲେ I ସେ ମାତ୍ର ୪୪ ବର୍ଷ ବୟସରେ ଟାଟା ଷ୍ଟିଲ ବୋର୍ଡ ର ଏମଡି ପଦ ସମ୍ଭାଳି ୨୦୧୧ ଜୁନ ମାସରେ ଏହି ପଦରୁ ଅବସର ନେଇଥିଲେ I
ତାଙ୍କ ବିୟୋଗରେ ଟାଟା ଷ୍ଟିଲ୍ ଦୁଃଖ ପ୍ରକାଶ କରିଛି। କମ୍ପାନି ଟୁଇଟ୍ କରି କହିଛି ଯେ, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ। ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ। ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି।




