ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ମଣିଲାଲ ଗାନ୍ଧୀଙ୍କ ପରଲୋକ
ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ମଣିଲାଲ ଗାନ୍ଧୀଙ୍କ ମଙ୍ଗଳବାର ମଧ୍ୟରାତ୍ରରେ ମହାରାଷ୍ଟ୍ରର କୋଲ୍ହାପୁର ଠାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା I ସ୍ବର୍ଗତଃ ଅରୁଣ ଗାନ୍ଧୀ ଏକାଧାରରେ ଜଣେ ଲେଖକ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତା ଥିଲେ I ରୀତି ନୀତି ଅନୁଯାୟୀ କୋଲ୍ହାପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ସୂଚନା ଦେଇଛନ୍ତି I ଅରୁଣ ଗାନ୍ଧୀ […]
ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ମଣିଲାଲ ଗାନ୍ଧୀଙ୍କ ମଙ୍ଗଳବାର ମଧ୍ୟରାତ୍ରରେ ମହାରାଷ୍ଟ୍ରର କୋଲ୍ହାପୁର ଠାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା I ସ୍ବର୍ଗତଃ ଅରୁଣ ଗାନ୍ଧୀ ଏକାଧାରରେ ଜଣେ ଲେଖକ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତା ଥିଲେ I ରୀତି ନୀତି ଅନୁଯାୟୀ କୋଲ୍ହାପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ସୂଚନା ଦେଇଛନ୍ତି I
ଅରୁଣ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ୨ୟ ପୁତ୍ର ମଣିଲାଲ ଗାନ୍ଧୀଙ୍କ ପୁଅ ଥିଲେ I ସେ ଏପ୍ରିଲ ୧୪,୧୯୩୪ ରେ ଡର୍ବାନରେ ମଣିଲାଲ ଲାଲ ଗାନ୍ଧୀ ଏବଂ ସୁଶୀଲା ମଶ୍ରୁୱାଲାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଦୈନିକ ସମ୍ବାଦ ପତ୍ର ‘ଇଣ୍ଡିଆନ ଓପିନିଅନ’ ରେ ସମ୍ପାଦକ ଥିବାବେଳେ ତାଙ୍କ ମା’ ସୁଶୀଳା ପବ୍ଲିଶର ଥିଲେ I ଅରୁଣ ଗାନ୍ଧୀ ଜେଜେବାପା ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କର’ର ପଦାଙ୍କ ଅନୁସରଣ କରି ରାଜନୀତି ସହିତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିଲେ I ସେ ୧୯୮୭ ମସିହାରୁ ପରିବାର ସହିତ ଆମେରିକାରେ ରହି ଆସୁଥିଲେ I




