କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତା ଉଦୟର ମୃତ୍ୟୁ
ଉତ୍ତରପ୍ରଦେଶ : ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉଏକ ଆଫ୍ରିକୀୟ ଚିତା ‘ଉଦୟର’ର ମୃତ୍ୟୁ । ଏହାକୁ ଚଳିତ ବର୍ଷ ଫେବୃଆରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ ଘଟିଥିଲା। ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ୨୦ଟି ଚିତାଙ୍କୁ ଅଣାଯାଇଥିଲା। ଅଣ୍ଡିରା ଚିତା ଉଦୟର ମୃତ୍ୟୁ ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ […]
ଉତ୍ତରପ୍ରଦେଶ : ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉଏକ ଆଫ୍ରିକୀୟ ଚିତା ‘ଉଦୟର’ର ମୃତ୍ୟୁ । ଏହାକୁ ଚଳିତ ବର୍ଷ ଫେବୃଆରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ ଘଟିଥିଲା। ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ୨୦ଟି ଚିତାଙ୍କୁ ଅଣାଯାଇଥିଲା। ଅଣ୍ଡିରା ଚିତା ଉଦୟର ମୃତ୍ୟୁ ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ ଆଉ ୧୮ଟି ଚିତା ଜୀବିତ ଅଛନ୍ତି। ଭେଟେନାରୀ ଟିମ୍ ସୋମବାର ଉଦୟ ମୃତଦେହର ପୋଷ୍ଟମର୍ଟମ କରିବେ । ତେବେ ଭାରତକୁ ଆସିବାର ଦୁଇମାସ ଭିତରେ ଦୁଇଟି ଚିତାର ମୃତ୍ୟୁ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ।




