ଯୁଦ୍ଧ ତୋପ ପାଇଁ ବ୍ରହ୍ମୋସ ମିସାଇଲ ଡିଲ୍
ନୂଆଦିଲ୍ଲୀ: ଅତିରିକ୍ତ ବ୍ରହ୍ମୋସ ସୁପରସୋନିକକ୍ରୁ ମିସାଇଲର ସପ୍ଲାଏ ପାଇଁ ଆଜି ପ୍ରତିରକ୍ଷା ବିଭାଗ ୧୭ ହଜାର କୋଟିର ଡିଲ୍ କରିଛି । ୨୯୦ କିମି ଲକ୍ଷ୍ୟ ଭେଦର କ୍ଷମତା ରଖିଥିବା ଏହି ବ୍ରହ୍ମୋସ ମିସାଇଲ ନୌସେନାର ସମ୍ମୁଖଭାଗରେ ନିୟୋଜିତ ଯୁଦ୍ଧ ତୋପରେ ଖଞ୍ଜାଯିବ । ଏହି ସୁପରସୋନିକ ବ୍ରହ୍ମୋସ ମିସାଇଲ ଉଭୟ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ଜାହାଜ ବିଧ୍ୱଂସ କରିବାର କ୍ଷମତା ରଖିଛି । ଏହାକୁ ହାସଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ର […]
ନୂଆଦିଲ୍ଲୀ: ଅତିରିକ୍ତ ବ୍ରହ୍ମୋସ ସୁପରସୋନିକକ୍ରୁ ମିସାଇଲର ସପ୍ଲାଏ ପାଇଁ ଆଜି ପ୍ରତିରକ୍ଷା ବିଭାଗ ୧୭ ହଜାର କୋଟିର ଡିଲ୍ କରିଛି । ୨୯୦ କିମି ଲକ୍ଷ୍ୟ ଭେଦର କ୍ଷମତା ରଖିଥିବା ଏହି ବ୍ରହ୍ମୋସ ମିସାଇଲ ନୌସେନାର ସମ୍ମୁଖଭାଗରେ ନିୟୋଜିତ ଯୁଦ୍ଧ ତୋପରେ ଖଞ୍ଜାଯିବ ।

ଏହି ସୁପରସୋନିକ ବ୍ରହ୍ମୋସ ମିସାଇଲ ଉଭୟ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ଜାହାଜ ବିଧ୍ୱଂସ କରିବାର କ୍ଷମତା ରଖିଛି । ଏହାକୁ ହାସଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ର କିଣୁଥିବା ୱିଙ୍ଗ ଓ ଏମ/ଏସ ବ୍ରହ୍ମୋସ ଏରୋସ୍ପେଶ ପ୍ରାଇଭେଟ ଲିଃ ୧୭ ହଜାର କୋଟିର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବ୍ରହ୍ମୋ ମିସାଇଲ ସାମିଲ ହେବା ପରେ ନୌସେନାର ଅପରେସନ ଦକ୍ଷତା ଆହୁରି ବିବ ବୋଲି ଆଶା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଦେଶରେ ତିଆରି କରିବା ଲକ୍ଷ୍ୟକୁ ମଧ୍ୟ ଏହି ଚୁକ୍ତି ପ୍ରୋତ୍ସାହିତ କରିଛି । କାରଣ ଭାରତରେ ହିଁ ଏହି ସବୁ ମିସାଇଲ ଉତ୍ପାଦନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଶବ୍ଦ ଠାରୁ ୩ ଗୁଣା ଦ୍ରୁତ ଗତିରେ ଲକ୍ଷ୍ୟ ଭେଦ କରିବାରୁ କ୍ଷମତା ରଖିଥିବା ଏହି ଅଣ ଆଣବିକ ମୁସାଇଲ ଭାରତୀୟ ସେନାରେ ପ୍ରାୟ ବର୍ଷକ ତଳୁ ରହି ଆସିଛି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୩୮ ହଜାର କୋଟିର ଚୁକ୍ତି ହୋଇ ସାରିଲାଣି ।

ସ୍ଥଳ ସେନା ହାସଲ କରିଥିବା ବ୍ରହ୍ମୋସ ମିସାଇଲକୁ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଥିବା ଟ୍ୟାଙ୍କ ଓ ତୋପରେ ଖଞ୍ଜା ଯାଇଛି । ଏହି ଅଞ୍ଚଳରେ ଚାଇନା ସହ ବିବାଦ ଲାଗି ରହିଥିବାରୁ ଭାରତୀୟ ସେନା ବ୍ରହ୍ମୋସ ମିସାଇଲକୁ ନିଜ ପାଖରେ ରଖିଛି ।




