ମର୍ମନ୍ତୁଦ ଦୁର୍ଘଟଣା : ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍ ଗୋଟିଏ ପରିବାରର ୧୧ ମୃତ
ଛତିଶଗଡ଼ : ଛତିଶଗଡର ବାଲୋଦା ବଜାର-ଭାତାପଡ଼ା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ଚାରି ପିଲାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି I ଏହି ଦୁର୍ଘଟଣାରେ ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ମୃତହାତମାନେ ସାହୁ ପରିବାରର ସଦସ୍ୟ। ସେମାନେ ଖିଲୋରା ଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ […]
ଛତିଶଗଡ଼ : ଛତିଶଗଡର ବାଲୋଦା ବଜାର-ଭାତାପଡ଼ା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ଚାରି ପିଲାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି I ଏହି ଦୁର୍ଘଟଣାରେ ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି।
ମୃତହାତମାନେ ସାହୁ ପରିବାରର ସଦସ୍ୟ। ସେମାନେ ଖିଲୋରା ଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଅରଜୁନିକୁ ଫେରୁଥିଲେ। ହେଲେ ପରିବାରର ସଦସ୍ୟମାନେ ପିକଭ୍ୟାନରେ ଖାମାରିଆର ଡିପିଡବ୍ଲ୍ୟୁଏସ୍ ସ୍କୁଲ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ଘଟିଥିବା ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲା। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ରାୟପୁର ରେଫର୍ କରାଯାଇଛି। ଘଟଣାସ୍ଥଳରୁ ଉଭୟ ଟ୍ରକ ଏବଂ ପିକଅପ ଭ୍ୟାନ କୁ ଜବତ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି I ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।




