ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ
ଭୁବନେଶ୍ୱର : ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ତାଙ୍କର ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କୁ ତାଙ୍କୁ ଫାଲକେ ସମ୍ମାନ ମିଳିବ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଗାମୀ ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯିବ। ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା […]
ଭୁବନେଶ୍ୱର : ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ତାଙ୍କର ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କୁ ତାଙ୍କୁ ଫାଲକେ ସମ୍ମାନ ମିଳିବ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଗାମୀ ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯିବ।
ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ବହୁ ଲୋକଙ୍କୁ ପ୍ରେରଣା ଯୋଗାଏ। ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ତାଙ୍କର ୪୮ ବର୍ଷର କ୍ୟାରିୟର୍ରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଦମ୍ଦାର ଡାଇଲଗ୍ ସହ ମନଲୋଭା ଅଭିନୟ ପାଇଁ ମିଥୁନ ଚକ୍ରବର୍ତ୍ତୀ ସର୍ବଦା ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ ମଧ୍ୟ କହିଛନ୍ତି।
ମିଥୁନ ଚକ୍ରବର୍ତ୍ତୀ ୧୯୫୦ ମସିହା ଜୁନ ୧୬ ତାରିଖ ଦିନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡରେ ୧୯୭୬ ମସିହାରେ ପଦାର୍ପଣ କରିଥିଲେ। ମୃଣାଳ ସେନ୍ଙ୍କ ଚଳଚ୍ଚିତ୍ର ମୃଗୟା ମାଧ୍ୟମରେ ସେ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ସେହି ବର୍ଷ ସେ ଦୁଲାଲ ଗୁହାଙ୍କ ଦୋ ଅଞ୍ଜାନେରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ରେଖା ଅଭିନୟ କରିଥିଲେ। ୧୯୭୮ ମସିହାରେ ମିଥୁନ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ବେଙ୍ଗଲି ଚଳଚ୍ଚିତ୍ର ‘ନାଡି ଠେକେ’ରେ ଅଭିନୟ କରିଥିଲେ। ମିଥୁନ ଚକ୍ରବର୍ତ୍ତୀ ବଲିଉଡକୁ ଅନେକଗୁଡ଼ିଏ ସୁପରଡୁପର ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଡିସ୍କୋ ଡ୍ୟାନ୍ସ ଚଳଚ୍ଚିତ୍ରର ସଫଳତାର ସ୍ୱାଦ ଚାଖିଥିଲେ ଏବଂ ସେ ସିନେମାରେ ଏହି ନାମରେ ପରିଚିତ ହୋଇଥିଲେ । ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି।
ମିଥୁନଙ୍କ ଫିଲ୍ମ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିପାରିନଥିଲା । କୁହାଯାଏ ଯେ କଠିନ ପରିଶ୍ରମ ସତ୍ତ୍ୱେ ସେ ତାଙ୍କ କ୍ୟାରିୟରର ଗତି ଦେଖି ଦୁଃଖିତ ହୋଇଥିଲେ ଏବଂ ନିର୍ଦ୍ଦେଶକ ବବର ସୁଭାଷ ତାଙ୍କୁ ଦେଖି ପଚାରିଥିଲେ – କ’ଣ ହେଲା? ଏହା ଉପରେ ଅଭିନେତା ତାଙ୍କୁ କହିଥିଲେ ଯେ ସେ ତାଙ୍କ କାମରେ ବହୁତ କଠିନ ପରିଶ୍ରମ କରୁଛନ୍ତି କିନ୍ତୁ ଯେଉଁ ପଦ ପାଇଁ ସେ ଏତେ କଠିନ ପରିଶ୍ରମ କରୁଛନ୍ତି ତାହା ତାଙ୍କୁ ମିଳୁନାହିଁ। ଏହାପରେ ବି ସୁଭାଷ ମିଥୁନଙ୍କୁ ‘ଡିସ୍କୋ ଡ୍ୟାନ୍ସର’ର ଅଫର ଦେଇଥିଲେ ଏବଂ ସେଠାରୁ ତାଙ୍କ ଭାଗ୍ୟ ଏତେ ବଦଳିଯାଇଥିଲା ଯେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ୧୯୮୨ରେ ମୁକ୍ତିଲାଭ କରିଥିବା ତାଙ୍କର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଶ୍ୱବ୍ୟାପୀ ୧୦୦ କୋଟି ଟଙ୍କା ଅତିକ୍ରମ କରିଥିଲା, ଯାହା ସେହି ସମୟର ଚଳଚ୍ଚିତ୍ର ପାଇଁ ଏକ ବଡ଼ କଥା ଥିଲା। ମିଥୁନ ଚକ୍ରବର୍ତୀ ଏବେ ଭାରତୀୟ ଜନତା ପାର୍ଟି ସହିତ ସକ୍ରିୟ ଅଛନ୍ତି। ଛାତ୍ର ଜୀବନରେ ସେ ସିପିଆଇ ଓ ପରବର୍ତ୍ତୀ ସମୟରେ ତୃଣମୂଳ କଂଗ୍ରେସର କର୍ମୀ ଥିଲେ। ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।




