ବାଂଲାଦେଶରେ ସିତ୍ରାଙ୍ଗ କରୁଛି ତାଣ୍ଡବ: ଆସାମର ୨୦ଟି ଗ୍ରାମ ପ୍ରଭାବିତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରୁ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି । ସେଠାରେ ପ୍ରବଳ ବେଗରେ ପବନ ସହିତ ବର୍ଷା ଏବେ ତରେ ତାଣ୍ଡବ ରୂପ ଦେଖାଇଛି । ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ଗତକାଲି ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାହା ବଢ଼ି ୨୦କୁ ଛୁଇଁଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ […]

Samaya Live Picture
Published On

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରୁ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି । ସେଠାରେ ପ୍ରବଳ ବେଗରେ ପବନ ସହିତ ବର୍ଷା ଏବେ ତରେ ତାଣ୍ଡବ ରୂପ ଦେଖାଇଛି ।
ବାଂଲାଦେଶରେ ସିତ୍ରାଙ୍ଗ କରୁଛି ତାଣ୍ଡବ: ଆସାମର ୨୦ଟି ଗ୍ରାମ ପ୍ରଭାବିତ

ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ଗତକାଲି ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାହା ବଢ଼ି ୨୦କୁ ଛୁଇଁଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ବାଂଲାଦେଶରେ ସିତ୍ରାଙ୍ଗ କରୁଛି ତାଣ୍ଡବ: ଆସାମର ୨୦ଟି ଗ୍ରାମ ପ୍ରଭାବିତ

ଅନ୍ୟପକ୍ଷରେ, ବାଲାଂଦେଶ ସହିତ ଆସାମରେ ମଧ୍ୟ ସିତ୍ରାଙ୍ଗର ପ୍ରଭାବ ପଡ଼ିଛି । ଆସାମର ପ୍ରାୟ ୮୦ଟି ଗ୍ରାମ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଘର , ଗଛ ଓ ବିଦୁ୍ୟତ ଖୁଣ୍ଟ ସବୁ ଉପୁଡ଼ିଯାଇ, ପଥ ଅବରୋଧ କରିଛି ।

ବାଂଲାଦେଶରେ ସିତ୍ରାଙ୍ଗ କରୁଛି ତାଣ୍ଡବ: ଆସାମର ୨୦ଟି ଗ୍ରାମ ପ୍ରଭାବିତ

ପାଣିପାଗ ବିଭାଗ ସୂଚନା ଅନୁସାରେ, ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା । ତେବେ ଲ୍ୟାଣ୍ଡଫଲ୍‌ ବେଳେ ବାତ୍ୟା ସିତ୍ରାଙ୍ଗ ଦୁର୍ବଳ ହୋଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରୁ ତୀବ୍ର ଅବପାତ ଏବଂ ସଂଧ୍ୟାରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି ।

ବାଂଲାଦେଶରେ ସିତ୍ରାଙ୍ଗ କରୁଛି ତାଣ୍ଡବ: ଆସାମର ୨୦ଟି ଗ୍ରାମ ପ୍ରଭାବିତ

ବାତ୍ୟା ପାଇଁ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଉପରୁ ବିପଦ ଟଳି ଯାଇଛି ।