ଆସନ୍ତା ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଗଜୋମ’
ଚେନ୍ନାଇ : ଆଉ କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’। ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ୯ କିଲୋମିଟର ବେଗରେ ଗତି କରୁଛି । ଏବେ ଉତର- ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୩୦ କିଲୋମିଟର ଓ ବାପାଟଲାରୁ ୧୩୦କିଲୋମିଟର ଦୂରରେ ରହିଛି ମିଗଜୋମ । ବର୍ତ୍ତମାନ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଥିବା ନେଇ ସୂଚନା। […]
ଚେନ୍ନାଇ : ଆଉ କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’। ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ୯ କିଲୋମିଟର ବେଗରେ ଗତି କରୁଛି । ଏବେ ଉତର- ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୩୦ କିଲୋମିଟର ଓ ବାପାଟଲାରୁ ୧୩୦କିଲୋମିଟର ଦୂରରେ ରହିଛି ମିଗଜୋମ ।
ବର୍ତ୍ତମାନ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଥିବା ନେଇ ସୂଚନା। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।
ସୂଚନା ଅନୁସାରେ, ଗତ ୬ଘଣ୍ଟାରେ ‘ମିଗଜୋମ’ ଭୀଷଣ ବାତ୍ୟାର ରୂପ ନେଇ ୧୨କିମି ବେଗରେ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ପବନର ବେଗ ୯୦ ରୁ ୧୦୦ କିମିରେ ଗତି କରୁଛି ‘ମିଗଜୋମ’। ମଝିରେ ମଝିରେ ପବନର ବେଗ ୧୧୦ କିମି ମଧ୍ୟ ରହୁଛି।
ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ମୁତାବକ, ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ମିଗଜୋମ ଏବେ ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ୧୨ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ ବୋଲି ଆଇଏମଡି କହିଛି




