ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ସିଆର୍‌ପିଏଫ୍‌ ଯବାନ ସହିଦ

ଛତିଶଗଡ଼: ଫେବୃଅରୀ ୧୨: ଛତିଗଡ଼ ରାଜ୍ୟର ନକ୍ସଲ ପ୍ରବଣ ଇଲାକା ବିଜାପୁର ଜିଲ୍ଲାଠାରେ ଆଜି ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସିଆର୍‌ପିଏଫ୍‌ର ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ସହିଦ ଯବାନ ହେଉଛନ୍ତି ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଏସବି ର୍ତିକୀ । ତାଙ୍କ ଘର ଝାରଖଣ୍ଡର ବୋଲି ଜଣାପଡିଛି । ସୂଚନା ଅନୁସାରେ, […]

Samaya Live Picture
Published On

ଛତିଶଗଡ଼: ଫେବୃଅରୀ ୧୨: ଛତିଗଡ଼ ରାଜ୍ୟର ନକ୍ସଲ ପ୍ରବଣ ଇଲାକା ବିଜାପୁର ଜିଲ୍ଲାଠାରେ ଆଜି ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସିଆର୍‌ପିଏଫ୍‌ର ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।

ସହିଦ ଯବାନ ହେଉଛନ୍ତି ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଏସବି ର୍ତିକୀ । ତାଙ୍କ ଘର ଝାରଖଣ୍ଡର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ବିଜାପୁରର ତିମ୍ମାପୁର ପୁତକେଲ ଜଙ୍ଗଲରେ ଏହି ଗୁଳି ବିନିୟମ ଚାଲିଥିଲା । ଗଲା ମାସରେ ମଧ୍ୟ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତୁ୍ୟ ହୋଇଥିଲା ।

ସୂଚନା ଥାଉଯେ, ଗତବର୍ଷ ସବୁଠାରୁ ଅଧିକ ୨୫୫ ଟି ନକ୍ସଲ ହିଂସା ଛତିଶଗଡରେ ଘଟିଛି । ଏହି କ୍ରମରେ ୧୦୧ ଜଣ ଲୋକଙ୍କର ମୃତୁ୍ୟ ହୋଇଛି । ସେହିଭଳି ପୂର୍ବବର୍ଷ ଝାଡଖଣ୍ଡରେ ୧୩୦ ଟି ନକ୍ସଲ ହିଂସା ଘଟିଛି, ଯେଉଁଥିରେ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପୂର୍ବବର୍ଷ ଦେଶରେ ମୋଟ ୫୦୯ ଟି ନକ୍ସଲ ହିଂସା ଘଟିଥିଲା ଓ ମୋଟ ୧୪୭ ଜଣଙ୍କର ମୃତୁ୍ୟ କରିଥିଲେ ।