ଶ୍ରୀଲଙ୍କାକୁ ୨ ବିଲିୟନ ମୂଲ୍ୟର ମାନବୀୟ ସହାୟତା ରାଶି ଦେଲା ଭାରତ: କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ

ଦିଲ୍ଲୀ: ମେ ୨୩ :ଭାରତ ୨ ବିଲିୟନ୍‌ ମୂଲ୍ୟର ମାନବୀୟ ସହାୟତା ରାଶି ଗତକାଲି ଶ୍ରୀଲଙ୍କାକୁ ପ୍ରଦାନ କରିଛି । ନିଜ ଦେଶବାସୀଙ୍କ ପାଇଁ ଭାରତଠାରୁ ସହାୟତା ପାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ଭାରତବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । A message of care!!! From the people of ?? to the people of ??…High Commissioner handed over rice,milk powder& medicines worth more than SLR 2 […]

Samaya Live Picture
Published On

ଦିଲ୍ଲୀ: ମେ ୨୩ :ଭାରତ ୨ ବିଲିୟନ୍‌ ମୂଲ୍ୟର ମାନବୀୟ ସହାୟତା ରାଶି ଗତକାଲି ଶ୍ରୀଲଙ୍କାକୁ ପ୍ରଦାନ କରିଛି । ନିଜ ଦେଶବାସୀଙ୍କ ପାଇଁ ଭାରତଠାରୁ ସହାୟତା ପାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ଭାରତବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଖାଲି ଏତି ନୁହେଁ ଭାରତ ଚାଉଳ, ଅତ୍ୟାବଶ୍ୟକ ଔଷଧ , ଦୁU ଗୁଣ୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ନେଇ ଭାରତୀୟ ଜାହାଜ ଶ୍ରୀଲଙ୍କା ବନ୍ଦରରେ ପହଞ୍ଚିଥିଲା । ଏନେଇ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ରାନିଲ୍‌ ଲେଖିଛନ୍ତି: ଦୁU ଗୁîଣ୍ଡ , ଚାଉଳ ଏବଂ ଔଷଧ ସମେତ ଆଜି ଶ୍ରୀଲଙ୍କା ଭାରତରୁ ୨ ବିଲିୟନ୍‌ ମୂଲ୍ୟର ମାନବୀୟ ସହାୟତା ଗ୍ରହଣ କରିଛି । ସହାୟତା ଯୋଗାଇ ଦେଇଥିବାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏବଂ ଭାରତବାସୀଙ୍କୁ ଆମର କୃତଜ୍ଞତା ।

ଶ୍ରୀଲଙ୍କାକୁ ୨ ବିଲିୟନ ମୂଲ୍ୟର ମାନବୀୟ ସହାୟତା ରାଶି ଦେଲା ଭାରତ: କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ

ଶ୍ରୀଲଙ୍କାର ବେଦେଶିକ ମନ୍ତ୍ରୀ ପେଇରିସ୍‌ କହିଲେ, ଏହା ପୂର୍ବରୁ ଭାରତ ଏତେ ପରିମାଣର ସହାୟତା କେଉଁ ଦେଶକୁ ପଠାଇନାହିଁ । ସେମାନେ ଆମକୁ ଆହୁରି ସହାୟତା ପ୍ରଦାନ କରିବେ ଯେଉଁଥି ପାଇଁ ଆମେ କୃତଜ୍ଞ ରହିବା । ଏପର୍ଯ୍ୟନ୍ତ ଭାରତ ୪.୫ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ସହାୟତା ଯୋଗାଇ ସାରିଲାଣି ।

ଶ୍ରୀଲଙ୍କାକୁ ୨ ବିଲିୟନ ମୂଲ୍ୟର ମାନବୀୟ ସହାୟତା ରାଶି ଦେଲା ଭାରତ: କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ

ସୂଚନା ଅନୁସାରେ, ଭାରତ ୯,୦୦୦ ମେଟ୍ରିକ୍‌ ଟନ୍‌ ଚାଉଳ, ୫୦ ମେଟ୍ରିକ୍‌ ଟନ୍‌ ଗୁଣ୍ଡଦୁU, ୨୫ ମେଟ୍ରିକ୍‌ ଟନ୍‌ ଔଷଧ ଏବଂ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ଧରି ମେ ୧୮ ତାରିଖ ଦିନ ଚେନ୍ନାଇରୁ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଥିଲା । ତାମିଲନାଡୁ ସରକାର ଉକ୍ତ ସହାୟତା ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ପତାକା ହଲାଇ ଜାହାଜର ଶୁଭଯାତ୍ରା କାମନା କରିଥିଲେ ।