ଗାଈ ପିନ୍ଧିବେ କୋଟ୍‍

ସମୟ ଲାଇଭ୍‍,୨୪/୧୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଗୋରକ୍ଷାକୁ ନେଇ ବଡ଼ ପ୍ରସ୍ତୁତି କରାଯାଉଛି। ଶୀତଋତୁ ଥଣ୍ଡା ରକ୍ଷା ପାଇବା ପାଇଁ ଗାଈଙ୍କ ପାଇଁ ପ୍ରସ୍ତୁତ କରାଯାଉଛି କୋଟ୍‍। ନଗର ନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ବୈସିଂହସ୍ଥିତ ଗୋଶାଳାରେ ‘କାଓ କୋଟ୍‍’ର ବ୍ୟବସ୍ଥା କରାଯାଉଛି। ଗାଈ ଓ ଷଣ୍ଢଙ୍କ ପାଇଁ ସ୍ୱତନ୍ତ୍ର ଡ଼ିଜାଇନର କୋଟ୍‍ ପ୍ରସ୍ତୁତ କରାଯିବ। ଗାଈଙ୍କ ପାଇଁ ତିନି ପରସ୍ତ ବିଶିଷ୍ଟ କୋଟ୍‍ ଓ ଷଣ୍ଢଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୨୪/୧୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଗୋରକ୍ଷାକୁ ନେଇ ବଡ଼ ପ୍ରସ୍ତୁତି କରାଯାଉଛି। ଶୀତଋତୁ ଥଣ୍ଡା ରକ୍ଷା ପାଇବା ପାଇଁ ଗାଈଙ୍କ ପାଇଁ ପ୍ରସ୍ତୁତ କରାଯାଉଛି କୋଟ୍‍। ନଗର ନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ବୈସିଂହସ୍ଥିତ ଗୋଶାଳାରେ ‘କାଓ କୋଟ୍‍’ର ବ୍ୟବସ୍ଥା କରାଯାଉଛି। ଗାଈ ଓ ଷଣ୍ଢଙ୍କ ପାଇଁ ସ୍ୱତନ୍ତ୍ର ଡ଼ିଜାଇନର କୋଟ୍‍ ପ୍ରସ୍ତୁତ କରାଯିବ। ଗାଈଙ୍କ ପାଇଁ ତିନି ପରସ୍ତ ବିଶିଷ୍ଟ କୋଟ୍‍ ଓ ଷଣ୍ଢଙ୍କ ପାଇଁ ଦୁଇ ପରସ୍ତ ବିଶିଷ୍ଟ କୋଟ୍‍ ଦିଆଯିବ। ନରମ କପଡ଼ା, ଫୋମ୍‍ ଓ ଝୋଟ ବ୍ୟବହାର କରି ଏହି କୋଟ୍‍ ପ୍ରସ୍ତୁତ କରାଯିବ। ତେବେ ଏହି କାଓ କୋଟରର ଦାମ ୨୫୦ରୁ ୩୦୦ ପର୍ଯ୍ୟନ୍ତ ରହିବ। ତେବେ ଶୀତ ଦାଉରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଗୋଶାଳାର ସ୍ଥାନେ ସ୍ଥାନେ ନିଆଁ ମଧ୍ୟ ଜଳାଯିବ।

Tags: