ଆଜି ୫ କରୋନା ପଜିଟିଭ ଚିହ୍ନଟ, ସମସ୍ତେ ବାହାର ରାଜ୍ୟ ଫେରନ୍ତା

ସମୟ ଲାଇଭ,୧/୫: ଓଡ଼ିଶାରେ ମୋଟ ୧୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ଦିନକରେ ମୋଟ ୫ ଜଣଙ୍କ ନମୂନା ପଜିଟିଭ୍‍ ଆସିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ଜିଲ୍ଲାର ୨ ଜଣ, ବଲାଙ୍ଗୀର ଜିଲ୍ଲାର ୨ ଜଣ ଏବଂ ବାଲେଶ୍ୱା ଜିଲ୍ଲାର ଜଣେ ଅଛନ୍ତି। ଯାଜପୁର ଜିଲ୍ଲାରୁ ଚିହ୍ନଟ ୨ ରୋଗୀ କଲିକତା ଫେରନ୍ତା ହୋଇଥିବାବେଳେ ଜଣେ ବିରଜାପୁରର ୫୫ ବର୍ଷିୟ ଓ ଅନ୍ୟଜଣଙ୍କ କଟିକଟା ଅଞ୍ଚଳର ୭୫ ବର୍ଷିୟ ମହିଳା […]

Samaya Live Picture
Published On

ସମୟ ଲାଇଭ,୧/୫: ଓଡ଼ିଶାରେ ମୋଟ ୧୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ଦିନକରେ ମୋଟ ୫ ଜଣଙ୍କ ନମୂନା ପଜିଟିଭ୍‍ ଆସିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ଜିଲ୍ଲାର ୨ ଜଣ, ବଲାଙ୍ଗୀର ଜିଲ୍ଲାର ୨ ଜଣ ଏବଂ ବାଲେଶ୍ୱା ଜିଲ୍ଲାର ଜଣେ ଅଛନ୍ତି।

ଯାଜପୁର ଜିଲ୍ଲାରୁ ଚିହ୍ନଟ ୨ ରୋଗୀ କଲିକତା ଫେରନ୍ତା ହୋଇଥିବାବେଳେ ଜଣେ ବିରଜାପୁରର ୫୫ ବର୍ଷିୟ ଓ ଅନ୍ୟଜଣଙ୍କ କଟିକଟା ଅଞ୍ଚଳର ୭୫ ବର୍ଷିୟ ମହିଳା ଅଟନ୍ତି।

ସେହିପରି ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ୨ ଯୁବକ ଲେଖରିଆ ଅଞ୍ଚଳର ହୋଇଥିବାବେଳେ ଉଭୟେ ତାମିଲନାଡ଼ୁରୁ ଫେରିଛନ୍ତି। ସେହିପରି ଜଣଙ୍କର ବୟସ ୧୮ ବର୍ଷ ହୋଇଥିବାବେଳେ ଅନ୍ୟଜଣଙ୍କର ବୟସ ୨୨ ବର୍ଷ ଅଟେ।

ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୫୮ ବର୍ଷିୟ ପୁରୁଷ ହୋଇଥିବାବେଳେ ସେ ମଧ୍ୟ କଲିକତା ଫେରନ୍ତା ଅଟନ୍ତି।

ସେହିପରି ଦେଶରେ ଆଉ ୨ ଦିନ ପରେ ଲକ୍‍ ଡ଼ାଉନ ଉଠିବାକୁ ଥିବାବେଳେ ଦେଶରେ କିନ୍ତୁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୩୫ ହଜାରରୁ ଅଧିକ ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ୩୫୦୪୩ ଜଣ ଆକ୍ରାନ୍ତ ହୋଇଥିôବାବେଳେ ୮୮୮୮ ଜଣ ସୁସ୍ଥ ହୋଇଛନ୍ତି। ଜଣେ ମାତ୍ର ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ୧୧୪୭ ଜଣଙ୍କର ମୃତ୍ୟୁ ହୋଇସାରିଛି।

Tags: