ଓଡ଼ିଶାରେ ଆଜି ଦିନକରେ ୧୫ ପଜିଟିଭ ଚିହ୍ନଟ

ସମୟ ଲାଇଭ୍‍,୩/୪: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଆଜି ଦିନକରେ ମୋଟ ୧୫ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ବମିଖାଲ ଅଞ୍ଚଳର ୩ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଥିଲା। ତେବେ ୫ମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିôବା ତାଙ୍କ ସ୍ତ୍ରୀ, ଝିଅ ଓ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। […]

Samaya Live Picture
Published On

ସମୟ ଲାଇଭ୍‍,୩/୪: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଆଜି ଦିନକରେ ମୋଟ ୧୫ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ବମିଖାଲ ଅଞ୍ଚଳର ୩ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଥିଲା। ତେବେ ୫ମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିôବା ତାଙ୍କ ସ୍ତ୍ରୀ, ଝିଅ ଓ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ମଧ୍ୟାହ୍ନରେ ସୂଚନା ମିଳିଥିଲା। ଆକ୍ରାନ୍ତ ବ୍ୟକ୍ତିଜଣଙ୍କ କଟକ ବକ୍ସିବଜାର ଅଞ୍ଚଳର ବୋଲି କୁହାଯାଉଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରିଥିବାବେଳେ ସେ ନିଜାମଉଦ୍ଦିନ ଧର୍ମସଭାରେ ଯୋଗ ଦେଇଥିôବା କୁହାଯାଉଛି। ସେହିପରି ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେହିପରି ପୁରୀ ଓ ଯାଜପୁରରେ ଜଣେ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।
ଏହିପରି ଭାବେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ୨୦କୁ ବୃଦ୍ଧି ପାଇଥିବାବେଳେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Tags: