ମହାରାଷ୍ଟ୍ରରେ ଶିବସେନାକୁ କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁନି: ସୋନିଆ

ସମୟ ଲାଇଭ,୧/୧୧: ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ ଏବେ ବିଜେପି ଆଉ ଶିବସେନା ମୁହାଁମୁହି ପରିସ୍ତିତିରେ ଅଛନ୍ତି। ଶିବସେନାର ୫୦-୫୦ ଫର୍ମୁଲାକୁ ବିଜେପି ଖାରଜ କରିଦେବା ଫଳରେ ଶିବସେନା ଏବେ ଏକାକୀ ସରକାର ଗଢିବା ଲକ୍ଷରେ କଂଗ୍ରେସର ସହାୟତା ମାଗିଛି। ଶିବସେନା ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ଶିବସେନାରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଦଳ ରାଜ୍ୟରେ କଂଗ୍ରେସ-ଏନସିପି ମେଣ୍ଟ […]

Samaya Live Picture
Published On

ସମୟ ଲାଇଭ,୧/୧୧: ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ ଏବେ ବିଜେପି ଆଉ ଶିବସେନା ମୁହାଁମୁହି ପରିସ୍ତିତିରେ ଅଛନ୍ତି। ଶିବସେନାର ୫୦-୫୦ ଫର୍ମୁଲାକୁ ବିଜେପି ଖାରଜ କରିଦେବା ଫଳରେ ଶିବସେନା ଏବେ ଏକାକୀ ସରକାର ଗଢିବା ଲକ୍ଷରେ କଂଗ୍ରେସର ସହାୟତା ମାଗିଛି। ଶିବସେନା ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ଶିବସେନାରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଦଳ ରାଜ୍ୟରେ କଂଗ୍ରେସ-ଏନସିପି ମେଣ୍ଟ ସମର୍ଥନରେ ସରକାର ଗଢିପାରେ । କିନ୍ତୁ ସେଥିରେ ମଧ୍ୟ ଶିବସେନା ସଫଳ ହେବା ଆଶା କ୍ଷୀଣ । କାରଣ ଶିବସେନାକୁ ଏନସିପି ସମର୍ଥନ ଜଣାଇବାକୁ ଆଗ୍ରହୀ ଥିଲେ ହେଁ କଂଗ୍ରେସ ଏଥିରୁ ଓହରିଯାଇଛି । ଶିବସେନାକୁ ସମର୍ଥନ ନକରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳକୁ ପରାମର୍ଶ ଦେଇଛନ୍ତି । ଶିବସେନାକୁ ସମର୍ଥ ନକରିବା କ୍ଷତ୍ରରେ ସୋନିଆଙ୍କ ନିଷ୍ପତ୍ତି ସରକାର ଗଠନ କରିବା ପାଇଁ କଷ୍ଟ ହେବ। ଶିବସେନାକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସୋନିଆ ଦଳର ନେତା ମାନଙ୍କୁ କହିଛନ୍ତି। ଏହା ସହ ଶିବସେନା ନିର୍ବାଚନ ଆଗରୁ ବିଜେପି ସହିତ ମେଣ୍ଟ କରି ନିର୍ବାଚନ ଲଢିଥିଲା। କିନ୍ତୁ ଏବେ ସରକାର ପାଇଁ ଉଭୟ ବିଜେପି ଓ ଶିବସେନା ମୁହାଁମୁହି ହେଉଛନ୍ତି। ତେଣୁ ସରକାର ଗଠନ ପାଇଁ ଶିବସେନାକୁ କଂଗ୍ରେସର ସମର୍ଥନ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୋନିଆ।

Tags: