ହରିୟାଣା କଂଗ୍ରେସର ନୂଆ ମୁଖ୍ୟ ରାଓ ନରେନ୍ଦ୍ର ସିଂହ
ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ରାଓ ନରେନ୍ଦ୍ର ସିଂହ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ହୋଇଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହାସହିତ ବିଦାୟୀ ପିସିସି ସଭାପତି ଉଦୟ ଭାନଙ୍କୁ ତାଙ୍କ ଅବଦାନ ପାଇଁ ମଧ୍ୟ ପ୍ରଶଂସା କରାଯାଇଛି। ଭୁପିନ୍ଦର ସିଂହ ହୁଦାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରାଯାଇଛି। ଦୁଇ ଦଶନ୍ଧି ପରେ କଂଗ୍ରେସ ପକ୍ଷରୁ ଜଣେ ଜାଟ୍ ନେତାଙ୍କୁ ବିଧାୟକ ଦଳ ନେତା ଏବଂ ଜଣେ ଦଳିତ […]
ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ରାଓ ନରେନ୍ଦ୍ର ସିଂହ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ହୋଇଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହାସହିତ ବିଦାୟୀ ପିସିସି ସଭାପତି ଉଦୟ ଭାନଙ୍କୁ ତାଙ୍କ ଅବଦାନ ପାଇଁ ମଧ୍ୟ ପ୍ରଶଂସା କରାଯାଇଛି। ଭୁପିନ୍ଦର ସିଂହ ହୁଦାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରାଯାଇଛି। ଦୁଇ ଦଶନ୍ଧି ପରେ କଂଗ୍ରେସ ପକ୍ଷରୁ ଜଣେ ଜାଟ୍ ନେତାଙ୍କୁ ବିଧାୟକ ଦଳ ନେତା ଏବଂ ଜଣେ ଦଳିତ ନେତାଙ୍କୁ ପିସିସି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ବିଧାନସଭା ନିର୍ବାଚନ ପରଠାରୁ ଏଠାରେ ବିଧାୟକ ଦଳ ନେତା ପଦ ଖାଲି ପଡ଼ିଥିଲା।




