କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ୩ କଳାକାରଙ୍କୁ ହତ୍ୟା ଧମକ

ମୁମ୍ବାଇ : ସେଲିବ୍ରେଟିଙ୍କୁ ହତ୍ୟା ଧମକ । କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ଅନ୍ୟ ୩ କଳାକାର ସୁଗନ୍ଧା ମିଶ୍ର,ରଜପାଲ ସିଂ ଯାଦବ ଏବଂ କୋରିଓଗ୍ରାଫୋର ରେମୋ ଡିସୁଜାଙ୍କୁ ଦିଆଯାଇଛି ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ଯୋଗେ ହତ୍ୟା ଧମକ ଆସିଥିବା ସୂଚନା ମିଳିଛି । ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ […]

Samaya Live Picture
Published On

ମୁମ୍ବାଇ : ସେଲିବ୍ରେଟିଙ୍କୁ ହତ୍ୟା ଧମକ । କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ଅନ୍ୟ ୩ କଳାକାର ସୁଗନ୍ଧା ମିଶ୍ର,ରଜପାଲ ସିଂ ଯାଦବ ଏବଂ କୋରିଓଗ୍ରାଫୋର ରେମୋ ଡିସୁଜାଙ୍କୁ ଦିଆଯାଇଛି ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ଯୋଗେ ହତ୍ୟା ଧମକ ଆସିଥିବା ସୂଚନା ମିଳିଛି ।

ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ମେଲରେ କେବଳ କଳାକାରଙ୍କୁ ନହେଁ ବରଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟ ଟାର୍ଗେଟ କରାଯାଇଛି ।

ଏହି ଧମକପୂର୍ଣ୍ଣ ମେଲଟି ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଆସିଛି । ମେଲରେ ଲେଖା ଅଛି କି, ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ ନୁହେଁ କି ଆପଣଙ୍କୁ ହଇରାଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଆମର । ଆମ ପାଖରେ ତୁମର ସବୁ ଆକ୍ଟିଭିଟିର ସୂଚନା ରହିଛି । ଆମେ ଆଗାମୀ ୮ ଘଣ୍ଟା ଭିତରେ ତୁମଠାରୁ ତତ୍କାଳ ପ୍ରତିକ୍ରିୟା ଆଶା କରୁଛୁ । ଯଦି ଏପରି ନହୁଏ ତେବେ ଆମେ ଜାଣିନେବୁ ଯେ ଆପଣ ଆମ ମେସେଜକୁ ଗମ୍ଭୀରତା ସହ ନେଇ ନାହାନ୍ତି । ଯାହା ଆପଣଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ।’ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଏବଂ ରେମୋ ଡିସୁଜାଙ୍କୁ ବିପଦପୂର୍ଣ୍ଣ ପରିଣାମ ଭୋଗିବାକୁ ପଡିବ । ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ମୁମ୍ବାଇ ପୋଲିସ ।

Tags: