ଯୋଧପୁରରେ ସାମ୍ପ୍ରଦାୟିକ ହିଂସା, ଇଣ୍ଟରନେଟ୍ ସେବା ବନ୍ଦ
ଜୟପୁର: ମେ ୦୩: ଇଦ୍ ଓ ଅକ୍ଷୟ ତୃତୀୟା ଅବସରରେ ଆଜି ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ଦେଖାଯାଇଛି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହ ବହୁ ହିଂସାରେ ସାମିଲ ଥିବା ବହୁ ଲୋକ ଆହତ ହୋଇଛନ୍ତି । ଇଦ୍ ଅବସରରେ ଏକ ଧାର୍ମିକ ପତାକା ଲଗାଯିବା ଘଟଣାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ବୋଲି ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ, ଆଜି ଭୋର ସମୟରୁ ଇଦ୍ […]
ଜୟପୁର: ମେ ୦୩: ଇଦ୍ ଓ ଅକ୍ଷୟ ତୃତୀୟା ଅବସରରେ ଆଜି ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ଦେଖାଯାଇଛି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହ ବହୁ ହିଂସାରେ ସାମିଲ ଥିବା ବହୁ ଲୋକ ଆହତ ହୋଇଛନ୍ତି । ଇଦ୍ ଅବସରରେ ଏକ ଧାର୍ମିକ ପତାକା ଲଗାଯିବା ଘଟଣାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ବୋଲି ସୂଚନା ମିଳିଛି ।

ଏକ ରିପୋର୍ଟ ଅନୁସାରେ, ଆଜି ଭୋର ସମୟରୁ ଇଦ୍ ପର୍ବ ଆରମ୍ଭ ହେବା ପୂର୍ବରୁ ଯୋଧପୁରର ଜାଲୋରୀ ଗେଟ୍ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିଥିଲା ଓ ଉତ୍ତ୍ୟକ୍ତ ଲୋକ ଟେକାପଥର ମାଡ଼ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା । ଟେକାପଥର ମାଡ଼ରେ ଅନ୍ୟୂନ ୪ଜଣ ପୋଲିସ ଆହତ ହୋଇଥିଲେ । ସାମ୍ପ୍ରଦାୟିକ ହିଂସା ହୋଇଥିବା କାରଣରୁ ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ସାମୟିକ ଭାବେ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି ।

ଉକ୍ତ ଘଟଣାକୁ ଦୁଃଖଦାୟକ କହି ଶାନ୍ତି ବଜାୟ ରଖିବା ଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏଥି ହିତ ସେ ଟୁଇଯ୍ କରି କହିଛନ୍ତି ଯେ, ଯୋଧପୁରର ମାରୱାଡ୍ରେ ପ୍ରୀତି ଓ ଭାଇଚାରା ପ୍ରଥାକୁ ସମ୍ମାନ ଜଣାଇ ସବୁ ପକ୍ଷଙ୍କୁ ମୋର ଧାର୍ମିକ ନିବେଦନ, ଶାନ୍ତି ବଜାୟ ରଖିବା ସହ ଆଇନଶୃଙ୍ଖଳା ଫେରାଇ ଆଣିବାରେ ସହଯୋଗ କର;ୁ ।
जोधपुर, मारवाड़ की प्रेम एवं भाईचारे की परंपरा का सम्मान करते हुए मैं सभी पक्षों से मार्मिक अपील करता हूं कि शांति बनाए रखें एवं कानून-व्यवस्था बनाने में सहयोग करें।
— Ashok Gehlot (@ashokgehlot51) May 3, 2022




