ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ନିଜ ଉତ୍ତରାଧିକାରୀ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ

ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ ନିଜ ଉତ୍ତରାଧିକାରୀ ଭାବେ ବିଚାରପତି ଧନଞ୍ଜୟ ୟେସ୍‌ୱନ୍ତ ଚନ୍ଦ୍ରଚୂଡ଼ଙ୍କୁ ଚୟନ କରିଛନ୍ତି । ପ୍ରଧାନ ବିଚାରପତି ୟୁ.ୟୁ. ଲଳିତଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଡି. ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ । ଚଳିତ ମାସ ୭ ତାରିଖରେ ଉତ୍ତରାଧିକାରୀ ସୁପାରିସ କରିବା ଲାଗି କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ଲଳିତଙ୍କୁ ଚିଠି ଲେଖିଥିଲେ । ଏବେ ପ୍ରଧାନ ବିଚାରପତି ଥିବା ଲଳିତ ଅବସର […]

Samaya Live Picture
Published On

ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ ନିଜ ଉତ୍ତରାଧିକାରୀ ଭାବେ ବିଚାରପତି ଧନଞ୍ଜୟ ୟେସ୍‌ୱନ୍ତ ଚନ୍ଦ୍ରଚୂଡ଼ଙ୍କୁ ଚୟନ କରିଛନ୍ତି । ପ୍ରଧାନ ବିଚାରପତି ୟୁ.ୟୁ. ଲଳିତଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଡି. ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ ।

ଚଳିତ ମାସ ୭ ତାରିଖରେ ଉତ୍ତରାଧିକାରୀ ସୁପାରିସ କରିବା ଲାଗି କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ଲଳିତଙ୍କୁ ଚିଠି ଲେଖିଥିଲେ । ଏବେ ପ୍ରଧାନ ବିଚାରପତି ଥିବା ଲଳିତ ଅବସର ଗ୍ରହଣ କରିବାର ଦିନକ ପରେ ନଭେମ୍ବର ୯ ତାରିଖ ଦିନ ବିଚାରପତି ଚନ୍ଦ୍ରଚୂଡ଼ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ଏହି ଅବସରରେ, ପ୍ରଧାନ ବିଚାରପତି ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଏକ ବୈଠକରେ କରାଇଥିଲେ । ସେଠାରେ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ସୁପାରିସ ପତ୍ରର ଗୋଟାଏ କପି ମଧ୍ୟ ପ୍ରଦାନ କରିଥିଲେ ।
ବିଚାରପତି ଚନ୍ଦ୍ରଚୂଡ଼ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ତା’ ଆଗରୁ ବମ୍ବେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି ।