ଭୋପାଳରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ଭୋପାଳ: ଭୋପାଳ ସ୍ଥିତ ମଦର ଇଣ୍ଡିଆ କଲୋନୀରେ ଗ୍ୟାସ୍‌ ଲିକ୍‌ ହେବାରୁ ସେଠାରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ୟାସ୍‌ ଯୋଗୁଁ ସ୍ଥାନୀୟ ଲୋକଙ୍କ ଆଖିରେ ଯନ୍ତ୍ରଣା ହେବା ସହିତ ନିଶ୍ୱାସରେ ସମସ୍ୟା ଦେଖାଯାଇଛି । ଏହିପରିକି ଅନେକ ଅଚେତ ହୋଇପଡ଼ିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କେତେକ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦୂର ସ୍ଥାନକୁ ପଳାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । […]

Samaya Live Picture
Published On

ଭୋପାଳ: ଭୋପାଳ ସ୍ଥିତ ମଦର ଇଣ୍ଡିଆ କଲୋନୀରେ ଗ୍ୟାସ୍‌ ଲିକ୍‌ ହେବାରୁ ସେଠାରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ୟାସ୍‌ ଯୋଗୁଁ ସ୍ଥାନୀୟ ଲୋକଙ୍କ ଆଖିରେ ଯନ୍ତ୍ରଣା ହେବା ସହିତ ନିଶ୍ୱାସରେ ସମସ୍ୟା ଦେଖାଯାଇଛି । ଏହିପରିକି ଅନେକ ଅଚେତ ହୋଇପଡ଼ିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କେତେକ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦୂର ସ୍ଥାନକୁ ପଳାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଭୋପାଳରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ଏକ ରିପୋର୍ଟ ଅନୁସାରେ, ଅଚେତ ହୋଇପଡ଼ିଥିବା ୧୧ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ କୈଳାଶ ସାରଙ୍ଗ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ଚିକିତ୍ସା ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । କ୍ଲୋରିନ୍‌ ଗ୍ୟାସ୍‌ ଲିକେଜ୍‌ ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚିଥିଲା । ୩ ଜଣ ରୋଗୀଙ୍କୁ ଆମ୍ବୁଲାନ୍‌ସରେ ହମିଦିଆ ଡାକ୍ତରଖାନାକୁ ନିଆଯାଇଥିଲା । ହମିଡିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୩୫ ବର୍ଷବୟସ୍କା ସଂଗୀତା, ୪୦ ବର୍ଷବୟସ୍କା ପୁଷ୍ପା ଏବଂ ୬୫ ବର୍ଷବୟସ୍କା ପରଭେଜ୍‌ ମଧ୍ୟ ଥିଲେ ।

ଭୋପାଳରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ମଧ୍ୟପ୍ରଦେଶ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଏକ ଟୁଇଟ୍‌ରେ କହିଛନ୍ତି ଯେ , ହମିଦିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଛି । ମଦର ଇଣ୍ଡିଆ କଲୋନୀରେ କ୍ଲୋରିନ୍‌ ଟ୍ୟାଙ୍କରେ ଲିକେଜ୍‌ ଘଟଣାର ସମୀକ୍ଷା କରିବା ଏବଂ ଏକ ବିସ୍ତୃତ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପରେ ୧୯୮୪ ମସିହାରେ ହୋଇଥିବା ଭୋପାଳ ଗ୍ୟାସ୍‌ ଲିକ୍‌ର ସେହି ଭୟାନକ ରାତ୍ରି ପୁଣି ଥରେ ଲୋକଙ୍କ ମନରେ ଉଦ୍‌ଜୀବିତ ହୋଇଉଠିଛି ।