ଭାରତକୁ ବ୍ୟାପିଲା ଚାଇନା ଭୁତାଣୁ HMPV
ଭୁବନେଶ୍ୱର : କାୟା ବିସ୍ତାର କରୁଛି ‘ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍(ଏଚଏମପିଭି) । ଚୀନ୍ ପରେ ଭାରତରେ ଚିହ୍ନଟ ହେଲା ପ୍ରଥମ HMPV ଆକ୍ରାନ୍ତ । ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରୁ HMPV ଭୂତାଣୁ ଚିହ୍ନଟ ହୋଇଛି । କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି । ଭାରତରେ ଏହା HMPV ଭାଇରସ୍ […]
ଭୁବନେଶ୍ୱର : କାୟା ବିସ୍ତାର କରୁଛି ‘ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍(ଏଚଏମପିଭି) । ଚୀନ୍ ପରେ ଭାରତରେ ଚିହ୍ନଟ ହେଲା ପ୍ରଥମ HMPV ଆକ୍ରାନ୍ତ । ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରୁ HMPV ଭୂତାଣୁ ଚିହ୍ନଟ ହୋଇଛି । କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି । ଭାରତରେ ଏହା HMPV ଭାଇରସ୍ ପ୍ରଥମ ମାମଲା । ଏହା ସାଧାରଣତଃ ପିଲାମାନଙ୍କଠାରେ ଚିହ୍ନଟ ହୁଏ । ସମସ୍ତ ଫ୍ଲୁ ନମୂନାରେ HMPV ୦.୭% ଥାଏ । ଏ ପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନଥିବା କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ କହିଛି । ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏହି ରିପୋର୍ଟ ଏକ ଘରୋଇ ଡାକ୍ତରଖାନାରୁ ଆସିଛି ଏବଂ ଘରୋଇ ଡାକ୍ତରଖାନାର ପରୀକ୍ଷା ଉପରେ ସନ୍ଦେହ କରିବାର ଆମର କୌଣସି କାରଣ ନାହିଁ । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି ।
ଚୀନରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି HMPV । ଏହି ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ସାଧାରଣତଃ ଶୀତକାଳରେ ଏହି ଭୂତାଣୁ ଅଧିକ ସକ୍ରିୟ ହେବା ସହିତ ସଂକ୍ରମଣ ବଢାଇଥିଲା ବେଳେ ବର୍ତ୍ତମାନ ଚୀନ୍ର ବିଭିନ୍ନ ପ୍ରଦେଶରେ ଏହି ଭୂତାଣୁ କାୟା ବିସ୍ତାର କରି କୋଭିଡ୍-୧୯ ଭଳି ସ୍ଥିତି ଉତ୍ପନ୍ନ କରିଛି। ଏହାକୁ ନେଇ ଚୀନ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି। ବେଳକୁ ବେଳ ଏହି ଭୂତାଣୁର ସଂକ୍ରମଣ ବଢିବା ସହିତ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି।




