ଭାରତ ସୀମା ନିକଟରେ ଚୀନ୍ ନିର୍ମାଣ କଲା ୩ଟି ମୋବାଇଲ ଟାୱାର୍
ଦିଲ୍ଲୀ: ଏପ୍ରିଲ ୧୯: ନିକଟରେ ଚୀନ୍ ଭାରତ ସୀମା ପାଖରେ ଥିବା ପାଙ୍ଗୋଙ୍ଗ ହ୍ରଦରେ ସେତୁ ନିର୍ମାଣ କରିଥିଲା ବେଳେ ଏବେ ଲଦାଖ ପାଖ ସୀମାରେ ଥିବା ହଟ୍ ସ୍ପ୍ରିଙ୍ଗ୍ଠାରେ ୩ଟି ମୋବାଇଲ ଟାୱାରା ନିର୍ମାଣ କରିଛି । ଏନେଇ ଲଦାଖ ଅଟୋନୋମସ୍ ହିଲ୍ ଡେଭଲୋମେଣ୍ଟ କାଉନ୍ସିଲ୍(ଏଲ୍ଏଏଚ୍ଡିସି) କୋନ୍ଚାକ ଷ୍ଟାନ୍ଞ୍ଜିନ୍ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ରେ ଲେଖିଛନ୍ତି ଯେ, ଉପାନ୍ତ ଅଞ୍ଚଳରେ ଚୀନ୍ ଏପରି ସେଲଫୋନ ଟାୱାର ପ୍ରତିଷ୍ଠା ଭାରତୀୟ ସୀମାରେ ଥିବା […]
ଦିଲ୍ଲୀ: ଏପ୍ରିଲ ୧୯: ନିକଟରେ ଚୀନ୍ ଭାରତ ସୀମା ପାଖରେ ଥିବା ପାଙ୍ଗୋଙ୍ଗ ହ୍ରଦରେ ସେତୁ ନିର୍ମାଣ କରିଥିଲା ବେଳେ ଏବେ ଲଦାଖ ପାଖ ସୀମାରେ ଥିବା ହଟ୍ ସ୍ପ୍ରିଙ୍ଗ୍ଠାରେ ୩ଟି ମୋବାଇଲ ଟାୱାରା ନିର୍ମାଣ କରିଛି । ଏନେଇ ଲଦାଖ ଅଟୋନୋମସ୍ ହିଲ୍ ଡେଭଲୋମେଣ୍ଟ କାଉନ୍ସିଲ୍(ଏଲ୍ଏଏଚ୍ଡିସି) କୋନ୍ଚାକ ଷ୍ଟାନ୍ଞ୍ଜିନ୍ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ରେ ଲେଖିଛନ୍ତି ଯେ, ଉପାନ୍ତ ଅଞ୍ଚଳରେ ଚୀନ୍ ଏପରି ସେଲଫୋନ ଟାୱାର ପ୍ରତିଷ୍ଠା ଭାରତୀୟ ସୀମାରେ ଥିବା ଗାଁ ଗୁଡ଼ିକର ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥାକୁ ଦର୍ଶାଉଛି । ଚୀନ୍ ପକ୍ଷରୁ ବିଚ୍ଛିନ୍ନା ଅଞ୍ଚଳଗୁଡ଼ିକରେ ୪ଜି ଟାୱାର ନିର୍ମାଣ କରାଯାଉଛି । ଏହି ଟାୱାର ଦ୍ୱାରା ଚୀନ୍ ଅଧିକାରୀମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହା ଏକ ଚିନ୍ତାର ବିଷୟ । ଭାରତ ସୀମାରେ ୪ଜିର ସୁବିଧା ନାହିଁ । ମୋ ନିର୍ବାଚନ ମଣ୍ଡଳୀର ୧୧ଟି ଗ୍ରାମରେ ୪ଜିର ମଧ୍ୟ ସୁବିଧା ନାହିଁ । ତେବେ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ ଯୋଗାଯୋଗ ଉନ୍ନତି କରିବାରେ ଏବେ ଲାଗି ପଡ଼ିଛି । ଯାହା ପରବର୍ତ୍ତୀ ସମୟରେ ସଙ୍କଟ ସୃଷ୍ଟି କରିପାବେ ବୋଲି ସାଧାରଣରେ ଆଶଙ୍କା ପ୍ରକଟ କରାଯାଇଛି ।
କେବଳ ଏତିକି ନୁହେଁ ଚୀନ୍ ଭାରତ ସୀମା ପାଖରେ ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରିବାକୁ ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି । ଯବାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଷ୍ଠାନ ନିର୍ମାଣ କରିବା ପୂର୍ବରୁ ହିଁ ପ୍ରଥମେ ସୀମାବର୍ତ୍ତୀ ଅଞ୍ଚଳରେ ସେଲଫୋନ ଟାୱାର ପ୍ରତିଷ୍ଠା କରାଯାଇଛି ।




