୨୪ ଘଣ୍ଟାରେ ୧୨୯୦ କରୋନା ସଂକ୍ରମିତଙ୍କ ମୃତ୍ୟୁ!

ସମୟ ଲାଇଭ,୧୭/୪: କରୋନା ଭାଇରସ୍‍ ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ୱୁହାନ ସହରରେ ପୁଣି କରୋନା କାୟା ବିସ୍ତାର କରିଛି। ଶୁକ୍ରବାର ଚୀନ ଜାରି କରିଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୩୨୫ ବୃଦ୍ଧି ପାଇବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୩୩୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୱୁହାନ ସହରରେ ମୋଟ ୧୨୯୦ ଜଣ ମୃତ୍ୟୁ ବରଣ କରିଛନ୍ତି। ଫଳରେ ଚୀନରେ କରୋନା ସଂକ୍ରମିତ […]

Samaya Live Picture
Published On

ସମୟ ଲାଇଭ,୧୭/୪: କରୋନା ଭାଇରସ୍‍ ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ୱୁହାନ ସହରରେ ପୁଣି କରୋନା କାୟା ବିସ୍ତାର କରିଛି। ଶୁକ୍ରବାର ଚୀନ ଜାରି କରିଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ସଂକ୍ରମିତଙ୍କ ସଂଖ୍ୟା ୩୨୫ ବୃଦ୍ଧି ପାଇବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୩୩୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୱୁହାନ ସହରରେ ମୋଟ ୧୨୯୦ ଜଣ ମୃତ୍ୟୁ ବରଣ କରିଛନ୍ତି। ଫଳରେ ଚୀନରେ କରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ୪୬୩୨କୁ ବୃଦ୍ଧି ପାଇଛି।

ସୂଚନା ଥାଉ କି, ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୪୨୧୭୯ ହୋଇଥିବାବେଳେ ୧୪୪୪୨୦ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୫୪୧୪୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି।

Tags: