ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା

ନୂଆଦିଲ୍ଲୀ : ଏଣିକି ପ୍ରଥମ ଶ୍ରେଣୀରେ ଆଡ଼ମିସନ ପାଇଁ ବୟସ ସୀମା ୬ ବର୍ଷ ହୋଇଥିବା ଦରକାର I ନୂତନ ଜାତୀୟ ଶିକ୍ଷା ନୀତି (NEP) ଦ୍ୱାରା ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ୬ ବର୍ଷ ବୟସ ସୀମା ଧାର୍ଯ୍ୟ ହୋଇଛି I ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଚିଠି ଲେଖାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ […]

Samaya Live Picture
Published On

ନୂଆଦିଲ୍ଲୀ : ଏଣିକି ପ୍ରଥମ ଶ୍ରେଣୀରେ ଆଡ଼ମିସନ ପାଇଁ ବୟସ ସୀମା ୬ ବର୍ଷ ହୋଇଥିବା ଦରକାର I ନୂତନ ଜାତୀୟ ଶିକ୍ଷା ନୀତି (NEP) ଦ୍ୱାରା ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ୬ ବର୍ଷ ବୟସ ସୀମା ଧାର୍ଯ୍ୟ ହୋଇଛି I ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଚିଠି ଲେଖାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ୩ ବର୍ଷରେ ପିଲାମାନଙ୍କ ପାଇଁ ଆରମ୍ଭ ହେବ ପ୍ଲେ ସ୍କୁଲ ଆଡ଼ମିସନ I ପାଞ୍ଚ ବର୍ଷ ବୟସ ହେଉଛି ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ବା ଫଣ୍ଡାମେଟାଲ ଷ୍ଟେଜ୍ । ଯେଉଁଥିରେ ତିନି ବର୍ଷର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ସେଥିରେ ଶ୍ରେଣୀ ୧ ଏବଂ ୨ ଅନ୍ତର୍ଭୁକ୍ତ । ସେହିପରି ୩ ବର୍ଷରୁ ୮ ବର୍ଷ ବୟସରେ ପିଲାମାନଙ୍କ ଶିକ୍ଷା ଗ୍ରହଣର ମୂଳଦୁଆ ପଡ଼ିବା ଉଚିତ୍‌। ୫ ବର୍ଷରୁ ପ୍ରଥମ ୩ ବର୍ଷ ପ୍ରି-ସ୍କୁଲ ଏଜୁକେସନ ଏବଂ ତା’ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ। ଫଳରେ ଏହା ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ I

“ଏହି ନୀତି ପ୍ରି-ସ୍କୁଲ୍ ଠାରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ନିରନ୍ତର ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ କରିବ I ଅଙ୍ଗନୱାଡି କିମ୍ବା ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ଏହା ଦ୍ୱାରା ସୁନିଶ୍ଚିତ କରାଯାଇପାରିବ ।

ତେଣୁ ଏହି ନୂଆ ଶିକ୍ଷାନୀତିର ଅନୁପାଳନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି। ୬ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କର ଏହି ଶିକ୍ଷାନୀତି ନିଷ୍ପତିକୁ ଅଭିଭାବକ ଏବଂ ଶିକ୍ଷକମାନେ ସ୍ୱାଗତ କରିଛନ୍ତି I ଏନେଇ ଦିଲ୍ଲୀ ପ୍ୟାରେଣ୍ଟସ୍ ଆସୋସିଏସନର ସଭାପତି ଆପରାଜିତା ଗୌତମ କହିଛନ୍ତି ଯେ ଏହି ନୂତନ ନୀତି ଦ୍ୱାରା ପିଲାମାନଙ୍କ ପାଠପଢା ଜନିତ ମାନସିକ ଚାପ ହ୍ରାସ ହେଇପାରିବ i ପିଲାମାନେ କେବଳ ପୁସ୍ତକ କୀଟ ନ ଖେଳ କୁଦ୍ରେ ଧ୍ୟାନ ଦେଇ ନିଜର ବୌଦ୍ଧିକ ବିକାଶ କରି ପାରିବେ Iଏହି ନୂତନ ନୀତି ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି ଏବଂ ଆମେ ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ। ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ ହେବା ପାଇଁ ଆମେ ଉତ୍ସାହର ସହିତ ଅପେକ୍ଷା କରିଛୁ। ”

Tags: