ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାର ପ୍ରଚାରକ
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ତାଲିକାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ନାମ ସାମିଲ ରହିଛି । ଆଉ ଏହି ତାଲିକାରେ ମୋହନ ମାଝୀଙ୍କ ନାମ ମଧ୍ୟ […]
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ତାଲିକାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ନାମ ସାମିଲ ରହିଛି । ଆଉ ଏହି ତାଲିକାରେ ମୋହନ ମାଝୀଙ୍କ ନାମ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଡ଼ ତାଲିକାରେ, ଜେପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ଶିବରାଜ ସିଂ ଚୌହ୍ୱାନ ଅଛନ୍ତି। ସେହିପରି ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାର ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି।
ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ସମସ୍ତ ଦଳ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛି । ଏହାରି ମଧ୍ୟରେ ବିଜେପି ତାର ଷ୍ଟାର ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇବାକୁ ତାଲିକା ପ୍ରସ୍ତୁତ କରିଛି ।

ସୂଚନାନୁସାରେ,ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ I ନଭେମ୍ବର ୧୩ ଏବଂ ୨୦ରେ ମତଦାନ ଅନୁଷ୍ଠିତ ହେବ । ଏହା ପରେ ନଭେମ୍ବର ୨୩ରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୫ରେ ନାମାଙ୍କନ ଦାଖଲ କରାଯିବାକୁ ଥିବାବେଳେ ଅକ୍ଟୋବର ୨୮ରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୩୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।
ସେହିପରି ୨ୟ ପର୍ଯ୍ୟାୟ ମତଦାନ ପାଇଁ ଅକ୍ଟୋବର ୨୨ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲ କରିବେ ଏବଂ ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ କରାଯିବ । ନଭେମ୍ବର ୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ନଭେମ୍ବର ୨୦ରେ ମତଦାନ କରାଯାଇ ୨୩ରେ ଫଳାଫଳ ପ୍ରକାଶ ପାଇବ ।




