ଯେକୌଣସି ପ୍ରକାର ହିଂସା ପାଇଁ ଶୂନ ସହନଶୀଳତା : ସିଇସି

ନୂଆଦିଲ୍ଲୀ: ବିହାରର ମୋକାମାରେ ଜନ ସୁରାଜ ପାର୍ଟି ନେତାଙ୍କୁ ହତ୍ୟା କରିବାର କିଛି ଦିନ ପରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ରବିବାର କହିଛନ୍ତି, ‘ ଆଗାମୀ ବିହାର ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ , ସ୍ବଚ୍ଛ ଏବଂ ନିରପେକ୍ଷ ଭାବେ ହେବ। କାନପୁରରେ ସାମ୍ବାଦିକଙ୍କୁ ସୂଚନା ଦେଇ କୁମାର କହିଛନ୍ତି, ନିର୍ବାଚନ କମିସନ ହିଂସା ପ୍ରତି ଶୂନ ସହନଶୀଳତା ରଖିଛନ୍ତି। କୁମାର କହିଛନ୍ତି, ବିହାରର ଭୋଟରମାନେ ଉତ୍ସବ ‌ଯେମିତି ଭାବେ ମନାନ୍ତି ଠିକ୍‌ ସେମିତି […]

ଯେକୌଣସି ପ୍ରକାର ହିଂସା ପାଇଁ ଶୂନ ସହନଶୀଳତା : ସିଇସି
Samaya Live Picture
Published On

ନୂଆଦିଲ୍ଲୀ: ବିହାରର ମୋକାମାରେ ଜନ ସୁରାଜ ପାର୍ଟି ନେତାଙ୍କୁ ହତ୍ୟା କରିବାର କିଛି ଦିନ ପରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ରବିବାର କହିଛନ୍ତି, ‘ ଆଗାମୀ ବିହାର ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ , ସ୍ବଚ୍ଛ ଏବଂ ନିରପେକ୍ଷ ଭାବେ ହେବ। କାନପୁରରେ ସାମ୍ବାଦିକଙ୍କୁ ସୂଚନା ଦେଇ କୁମାର କହିଛନ୍ତି, ନିର୍ବାଚନ କମିସନ ହିଂସା ପ୍ରତି ଶୂନ ସହନଶୀଳତା ରଖିଛନ୍ତି। କୁମାର କହିଛନ୍ତି, ବିହାରର ଭୋଟରମାନେ ଉତ୍ସବ ‌ଯେମିତି ଭାବେ ମନାନ୍ତି ଠିକ୍‌ ସେମିତି ନିର୍ବାଚନରେ ଅଂଶଗ୍ରହଣ କରିବେ। ମୁଁ ଆଶା କରୁଛି ଯେ ଲୋକମାନେ ନିଜ ଘରୁ ଅନେକ ସଂଖ୍ୟାରେ ଆସି ଭୋଟ ଦେବେ। କୁମାର କହିଛନ୍ତି, ଭୋଟର ତାଲିକାରେ ୭ କୋଟି ଲୋକଙ୍କ ନାମ ଅପଡେଟ୍‌ କରାଯାଇଛି। ‌ତେଣୁ ତାଲିକାରେ ଗୋଟିଏ ବି ନକଲି ନାଁ ନାହିଁ ବୋଲି ସେ କହିଛନ୍ତି।

Tags: