ମନୀଷ ସିସୋଦିଆଙ୍କ ବିରୋଧରେ ହେବ ସିବିଆଇ ଯାଞ୍ଚ

ନୂଆଦିଲ୍ଲୀ :ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଚାଲିବ ସିବିଆଇ ଯାଞ୍ଚ I ଏନେଇ ଗୃହମନ୍ତ୍ରାଳୟ ସମ୍ମତି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ‘ଏଏନ୍‌ଆଇ’ ରିପୋର୍ଟରୁ ଜଣା ପଡିଛି I ବିରୋଧୀଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଭିଯୋଗ ହୋଇଥିଲା I ସିବିଆଇ ଏହି ଘଟଣାରେ ରିପୋର୍ଟ ଦେବା ପରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ। ଏବେ ମନ୍ତ୍ରଣାଳୟ ପକ୍ଷରୁ ଉପ ରାଜ୍ୟପାଳଙ୍କୁ ଜଣାଇ […]

Samaya Live Picture
Published On

ନୂଆଦିଲ୍ଲୀ :ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଚାଲିବ ସିବିଆଇ ଯାଞ୍ଚ I ଏନେଇ ଗୃହମନ୍ତ୍ରାଳୟ ସମ୍ମତି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ‘ଏଏନ୍‌ଆଇ’ ରିପୋର୍ଟରୁ ଜଣା ପଡିଛି I ବିରୋଧୀଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଭିଯୋଗ ହୋଇଥିଲା I

ସିବିଆଇ ଏହି ଘଟଣାରେ ରିପୋର୍ଟ ଦେବା ପରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ। ଏବେ ମନ୍ତ୍ରଣାଳୟ ପକ୍ଷରୁ ଉପ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି ଯେ ସିବିଆଇ ଘଟଣାର ତଦନ୍ତ କରିବ।

ସୂଚନାନୁସାରେ, ଦିଲ୍ଲୀରେ ବିବାଦୀୟ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ ଜାରି ରହିଛି । ଏପରିକି ତାଙ୍କୁ ସିବିଆଇରେ ହାଜର ହେବାକୁ ନୋଟିସ ମଧ୍ୟ ପଠାଯାଇଛି । ତେବେ ଅବକାରୀ ନୀତିର ତଦନ୍ତ ଚାଲୁଥିବା ବେଳେ ସିସୋଦିଆ ଏବେ ଗୁଇନ୍ଦାଗିରି ମାମଲାରେ ଫସିଛନ୍ତି।

ନିକଟରେ ଗୃହମନ୍ତ୍ରଣାଳୟ ‘ଫିଡବ୍ୟାକ୍ ୟୁନିଟ୍’ ସହାୟତାରେ ଗୁଇନ୍ଦାଗିରି କରିବା ମାମଲାରେ ସିବିଆଇ ତଦନ୍ତକୁ ଅନୁମତି ଦେଇଛନ୍ତି । ସିବିଆଇ ତରଫରୁ କିଛିଦିନ ପୂର୍ବେ ଫିଡବ୍ୟାକ୍ ୟୁନିଟ ମାଧ୍ୟମରେ ଗୁଇନ୍ଦା ଗିରି କରିବା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ୍ଅନୁମତି ମାଗିଥିଲା । ଉପ ରାଜ୍ୟପାଳଙ୍କ ସୁପାରିଶ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ମନୀଷ ସିସୋଦିଆ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବ ।

ସିବିଆଇ ସୂତ୍ରରେ କୁହାଯାଇଛି ଯେ “ଏହି ଫିଡବ୍ୟାକ୍ ୟୁନିଟ”ର କୌଣସି ସାମ୍ବିଧାନିକ ବୈଧତା ନଥିଲା। ଏହା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଓ ପରାମର୍ଶଦାତାଙ୍କ ଦ୍ୱାରା ଚାଲୁଥିଲା। ଏହି ୟୁନିଟର ମୁଖ୍ୟ ଥିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ I ୟୁନିଟର ସଦସ୍ୟମାନେ ସିଧାସଳଖ ତାଙ୍କୁ ରିପୋର୍ଟ କରୁଥିଲେ। ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ଏହି ୟୁନିଟ ନାଁରେ ବେଆଇନ ଭାବେ ଆର୍ଥିକ କାରବାର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।”

ଏ ସମ୍ପର୍କରେ ଦିଲ୍ଲୀ ବିଜେପି ନେତା କପିଲ ମିଶ୍ର କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମାଣ ମିଳୁଛି ଯେ କେଜ୍ରିୱାଲ ଏବଂ ସିସୋଡିଆ ବିରୋଧୀ, ସେମାନଙ୍କ ଦଳର ନେତା, ପିଏସି ସଦସ୍ୟ,ପରସ୍ପରର ପରିବାର ସଦସ୍ୟ ଗୁପ୍ତଚର ହୋଇଥିଲେ। ମିଶ୍ର କହିଛନ୍ତି, “ସିସୋଦିଆ ଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ମାମଲା। ଖୁବ ଶୀଘ୍ର ସିସୋଦିଆ ସତ୍ୟେନ୍ଦ୍ର ଜୈନଙ୍କ ସହ ରହିବେ।”

ଅନ୍ୟପଟେ ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ ନେଇ ବିଜେପିକୁ ନିନ୍ଦା କରିଛନ୍ତି ଆମି ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ। ଭରଦ୍ବାଜ କହିଛନ୍ତି ଯେ ବିଜେପି ତାର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ମିଥ୍ୟା ମାମଲାରେ ଜଡିତ କରିବା ଏକ ପୁରୁଣା ଅଭ୍ୟାସ I ସେ କହିଛନ୍ତି ଯେ ଆଦାନୀ ଲକ୍ଷ ଲକ୍ଷ କୋଟି ଟଙ୍କାର ଠକେଇ କରିଛି କିନ୍ତୁ ଆମ୍ ଆଦମୀ ପାର୍ଟିକୁ ମିଥ୍ୟା ମାମଲାରେ ଫସା ଯାଉଛି I

Tags: