ଇସ୍ରୋର ପୁଣି ଏକ ସଫଳତା

ସମୟ ଲାଇଭ,୨୭/୧୧: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ପୁଣି ଥରେ ନୂଆ ିତିହାସ ସୃଷ୍ଟି କରିଛି। ବୁଧବାର ସକାଳ ୯.୨୮ ମିନିଟରେ ମିଲେଟ୍ରି ସ୍ୟାଟେଲାଇଟ୍‍ କାର୍ଟୋସ୍ୟାଟ୍‍-୩କୁ ସଫଳତା ପୂର୍ବକ ଲଞ୍ଚ୍‍ କରାଯାଇଛି। ଏହି ସ୍ୟାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍‍ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସ୍‍ଏଲବି-ସି୪୭ ଜରିଆରେ ଲଞ୍ଚ୍‍ କରାଯାଇଛି। ଏହି ସ୍ୟାଟେଲାଇଟ୍‍ ଭାରତୀୟ ସେନା ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ।ଏହାଦ୍ୱାରା ଆତଙ୍କବାଦୀଙ୍କ ଆଚରଣ ପ୍ରତି ସେନା ଆକାଶ ମାର୍ଗରୁ ନଜର ରଖିପାରିବ। ଏଥିରେ ଲାଗିଥିବା କ୍ୟାମେରା […]

Samaya Live Picture
Published On

ସମୟ ଲାଇଭ,୨୭/୧୧: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ପୁଣି ଥରେ ନୂଆ ିତିହାସ ସୃଷ୍ଟି କରିଛି। ବୁଧବାର ସକାଳ ୯.୨୮ ମିନିଟରେ ମିଲେଟ୍ରି ସ୍ୟାଟେଲାଇଟ୍‍ କାର୍ଟୋସ୍ୟାଟ୍‍-୩କୁ ସଫଳତା ପୂର୍ବକ ଲଞ୍ଚ୍‍ କରାଯାଇଛି। ଏହି ସ୍ୟାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍‍ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସ୍‍ଏଲବି-ସି୪୭ ଜରିଆରେ ଲଞ୍ଚ୍‍ କରାଯାଇଛି। ଏହି ସ୍ୟାଟେଲାଇଟ୍‍ ଭାରତୀୟ ସେନା ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ।ଏହାଦ୍ୱାରା ଆତଙ୍କବାଦୀଙ୍କ ଆଚରଣ ପ୍ରତି ସେନା ଆକାଶ ମାର୍ଗରୁ ନଜର ରଖିପାରିବ। ଏଥିରେ ଲାଗିଥିବା କ୍ୟାମେରା ଏତେ ଶକ୍ତିଶାଳୀ ଯେ, ଭୂମିରେ ଥିବା ଏକ ଫୁଟରୁ ଛୋଟ୍‍ ଜିନିଷ ମଧ୍ୟ ଦେଖିହେବ। ଏହାଦ୍ୱାରା ଉନ୍ନତ ରିଜ୍ୟୋଲୁସନର ଫଟୋ ଉଠାଯାଇପାରିବ।

Tags: