ରାସ୍ତା ଉପରେ ବୁଲା କୁକୁରଙ୍କୁ ଦେଇପାରିବେ ନାହିଁ ଖାଦ୍ୟ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗଳିକୁ ଫେରିବେ ବୁଲା କୁକୁର । ବନ୍ଧ୍ୟାକରଣ ପରେ କୁକୁରଙ୍କୁ ବାହାରେ ଛଡାଯାଇ ପାରିବ । ବୁଲା କୁକୁରଙ୍କୁ ସ୍ଥାନାନ୍ତର ନେଇ ଆଜି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୁକୁରଙ୍କୁ ମୁକ୍ତ କରିବା ଉପରେ ରୋକ ହଟାଇଲେ। ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ । ହିଂସ୍ର ଏବଂ ଅସୁସ୍ଥ କୁକୁର ସେଲ୍ଟର ହୋମ୍‌ରେ ରହିବେ ବୋଲି ଶୁଣାଣି […]

ରାସ୍ତା ଉପରେ ବୁଲା କୁକୁରଙ୍କୁ ଦେଇପାରିବେ ନାହିଁ ଖାଦ୍ୟ – ସୁପ୍ରିମକୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ : ଗଳିକୁ ଫେରିବେ ବୁଲା କୁକୁର । ବନ୍ଧ୍ୟାକରଣ ପରେ କୁକୁରଙ୍କୁ ବାହାରେ ଛଡାଯାଇ ପାରିବ । ବୁଲା କୁକୁରଙ୍କୁ ସ୍ଥାନାନ୍ତର ନେଇ ଆଜି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୁକୁରଙ୍କୁ ମୁକ୍ତ କରିବା ଉପରେ ରୋକ ହଟାଇଲେ। ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ । ହିଂସ୍ର ଏବଂ ଅସୁସ୍ଥ କୁକୁର ସେଲ୍ଟର ହୋମ୍‌ରେ ରହିବେ ବୋଲି ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ତିନି ଜଣିଆ ଖଣ୍ଡପୀଠ । ସାରା ଦେଶରେ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଏ ନେଇ ସବୁ ରାଜ୍ୟକୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ ୧୧ ତାରିଖର ଆଦେଶକୁ ସଂଶୋଧନ କରିଛନ୍ତି । ଯେଉଁଥିରେ ବୁଲା କୁକୁରମାନଙ୍କୁ ଧରି ସେଲଟର ହୋମରେ ରଖିବାକୁ କୁହାଯାଇଥିଲା।

ସେହିପରି ସାର୍ବଜନୀନ ସ୍ଥାନରେ ଖାଦ୍ୟ ଦେବା ଉପରେ ରୋକ ଲାଗିଛି । କୁକୁରଙ୍କୁ ଖାଦ୍ୟ ଦେବା ଲାଗି ସ୍ଵତନ୍ତ୍ର ଅଂଚଳ କରାଯାଉ । କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ଲୋକେ । ସାରା ଦେଶରେ ଲାଗୁ ହେବ ଏହି ନିୟମ । ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ୱରେ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି। ସମସ୍ତ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଅଗଷ୍ଟ ୧୧ ତାରିଖରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ ‘କୁକୁର ଆଶ୍ରୟସ୍ଥଳ’କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Tags: