ବଜାରକୁ ଆସିବ ରୁଷିଆ ପ୍ରସ୍ତୁତ କ୍ୟାନସର ଟୀକା,ମାଗଣାରେ ନେଇପାରିବେ ରୋଗୀ

ନୂଆଦିଲ୍ଲୀ : ଏଣିକି ବଜାରରରେ ଉପଲବ୍ଧ ହେବ କ୍ୟାନସର ଟୀକା । ସାରା ବିଶ୍ୱ ରହି ମାରାତ୍ମକ ରୋଗରେ କଲବଲ ହେଉଥିବାବେଳେ କ୍ୟାନସର ରୋଗୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସାରା ବିଶ୍ୱକୁ ମିଳିବାକୁ ଯାଉଛି ଆଶ୍ୱସ୍ତି । ଋଷ ବାହାର କରିଛି ଏହାର ନିରାକରଣ । କର୍କଟ ରୋଗର ଭ୍ୟାକସିନ୍‌ ଟିକା ସୃଷ୍ଟି କରିଛି ଯାହା ସମସ୍ତ ରୋଗୀଙ୍କ ପାଇଁ ନୂଆବର୍ଷରୁ ମାଗଣାରେ ଉପଲବ୍ଧ ହେବ। ସୋମବାର ଡେଲିମେଲ୍‌ର ଏକ ରିପୋର୍ଟ ଅନୁସାରେ […]

Samaya Live Picture
Published On

ନୂଆଦିଲ୍ଲୀ : ଏଣିକି ବଜାରରରେ ଉପଲବ୍ଧ ହେବ କ୍ୟାନସର ଟୀକା । ସାରା ବିଶ୍ୱ ରହି ମାରାତ୍ମକ ରୋଗରେ କଲବଲ ହେଉଥିବାବେଳେ କ୍ୟାନସର ରୋଗୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସାରା ବିଶ୍ୱକୁ ମିଳିବାକୁ ଯାଉଛି ଆଶ୍ୱସ୍ତି । ଋଷ ବାହାର କରିଛି ଏହାର ନିରାକରଣ । କର୍କଟ ରୋଗର ଭ୍ୟାକସିନ୍‌ ଟିକା ସୃଷ୍ଟି କରିଛି ଯାହା ସମସ୍ତ ରୋଗୀଙ୍କ ପାଇଁ ନୂଆବର୍ଷରୁ ମାଗଣାରେ ଉପଲବ୍ଧ ହେବ।

ସୋମବାର ଡେଲିମେଲ୍‌ର ଏକ ରିପୋର୍ଟ ଅନୁସାରେ , ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡ଼ିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଆଣ୍ଡ୍ରେ କାପ୍ରିନ୍ ଏନେଇ ସୂଚନା ଦେଇଛନ୍ତି। ୨୦୨୫ ଆରମ୍ଭରୁ ନାଗରିକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯିବ ବୋଲି ସେ କହିଛନ୍ତି। ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଏହା କର୍କଟ ବିରୋଧରେ ଏକ ଟିକା ପ୍ରସ୍ତୁତ କରିଛି ଯାହା ୨୦୨୫ ଆରମ୍ଭରୁ ଋଷର କର୍କଟ ରୋଗୀଙ୍କୁ ମାଗଣାରେ ଦିଆଯିବ ।

ମସ୍କୋର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ ଏହା ପୂର୍ବରୁ TASS କୁ କହିଥିଲେ ଯେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିପାରେ ଏବଂ କର୍କଟ ବ୍ୟାପିବାରେ ରୋକିପାରେ । କର୍କଟ ରୋଗକୁ ରୋକିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ ।

୨୦୨୩ ମସିହାରେ ବ୍ରିଟେନ ବ୍ୟକ୍ତିଗତ କର୍କଟ ଚିକିତ୍ସାର ବିକାଶ ପାଇଁ ସରକାର ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ଚର୍ମ କର୍କଟ ଟିକା ଉପରେ କାମ କରୁଛନ୍ତି। ବଜାରରେ ପୂର୍ବରୁ ଟିକା ଅଛି ଯାହା କର୍କଟ ରୋଗକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି, ଯେପରିକି ମାନବ ପାପିଲୋମାଭାଇରସ୍ (HPV) ବିରୁଦ୍ଧରେ ଟିକା, ଯାହା ଗର୍ଭାଶୟ କର୍କଟକୁ ରୋକିବାରେ ସାହାଯ୍ୟ କରିଥାଏ ।

Tags: