ଶିକ୍ଷା ମନ୍ତ୍ରଣାଳୟର ‘ପିଏମ ଶ୍ରୀ’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୧୪,୫୦୦ ବିଦ୍ୟାଳୟର ହେବ ନବୀକରଣ

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଫୋର ରାଇଜିଂ ଇଣ୍ଡିଆ ବା ‘ପିଏମ ଶ୍ରୀ’ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ। ପବିତ୍ର ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି। ‘ପିଏମ ଶ୍ରୀ’ ଯୋଜନା ଅଧୀନରେ ଦେଶର ୧୪ ,୫୦୦ ବିଦ୍ୟାଳୟକୁ ନବୀକରଣ କରାଯିବ I ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ସହ ପ୍ରଣୟନ କରିବାରେ ଏଗୁଡ଼ିକ ମଡେଲ୍ ସ୍କୁଲ ହେବ । ସେଠାରେ ଆଧୁନିକ, […]

Samaya Live Picture
Published On

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଫୋର ରାଇଜିଂ ଇଣ୍ଡିଆ ବା ‘ପିଏମ ଶ୍ରୀ’ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ। ପବିତ୍ର ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି। ‘ପିଏମ ଶ୍ରୀ’ ଯୋଜନା ଅଧୀନରେ ଦେଶର ୧୪ ,୫୦୦ ବିଦ୍ୟାଳୟକୁ ନବୀକରଣ କରାଯିବ I ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ସହ ପ୍ରଣୟନ କରିବାରେ ଏଗୁଡ଼ିକ ମଡେଲ୍ ସ୍କୁଲ ହେବ । ସେଠାରେ ଆଧୁନିକ, ପରବର୍ତ୍ତନକାରୀ ତଥା ସାମଗ୍ରିକ ଶିକ୍ଷାଦାନ ବ୍ୟବସ୍ଥା ରହିବ । ନୂଆ କିଛି ଆବିଷ୍କାର ବା ଉଦ୍ଭାବନ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ । ‘ପିଏମ ଶ୍ରୀ’ ଯୋଜନାରେ ବିଦ୍ୟାଳୟ ଗୁଡିକ ଶିକ୍ଷାଦାନର ଏକ ଆଧୁନିକ, ପରିବର୍ତ୍ତନଶୀଳ ଏବଂ ସାମଗ୍ରିକ ଉପାୟ ହେବ।

‘ପିଏମ ଶ୍ରୀ’ ଯୋଜନା କ’ଣ?
ଏହି ଯୋଜନା ମାଧ୍ୟମରେ ସମଗ୍ର ଭାରତରେ ୧୪୫୦୦ ପୁରାତନ ବିଦ୍ୟାଳୟକୁ ନବୀକରଣ କରାଯିବ I ଏହି ଯୋଜନାରେ କୌଣସି ନୂଆସ୍କୁଲ ସ୍ଥାପନ ହେବ ନାହିଁ ବରଂ ପ୍ରଚଳିତ ସ୍କୁଲକୁ ଚିହ୍ନଟ କରି ତାହାର ଆଧୁନିକୀକରଣ ହେବ । ଏହାର ପରିଚାଳନା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ହେବ । ଆବଶ୍ୟକତା ଅନୁସାରେ ସରକାରୀ ସ୍କୁଲର ପରିସର ଓ ନିର୍ମାଣକୁ ଅଧିକ ମଜବୁତ, ସୁନ୍ଦର ଓ ଆକର୍ଷଣୀୟ ବନାଯିବ । ଏଥିପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ରାଜ୍ୟ ସରକାର ଏହି ଯୋଜନାର ପ୍ରଣୟନ କରିବା ସହିତ କାର୍ଯ୍ୟକାରିତା ଉପରେ ନଜର ରଖିବେ । ସୂଚନା ଅନୁଯାୟୀ ଦେଶର ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ‘ପିଏମ ଶ୍ରୀ’ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ I

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପିଏମ୍-ଶ୍ରୀ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ସେ ଟ୍ୱିଟ୍ କରିଛନ୍ତି ଯେ, କେନ୍ଦ୍ର ସରକାର ସ୍କୁଲର ‌ଆଧୁନିକୀକରଣ ପର୍ଯ୍ୟାୟକ୍ରମେ କରିବା ପରିବର୍ତ୍ତେ, ସମସ୍ତ ରାଜ୍ୟକୁ ସାଥିରେ ନେଇ ଦେଶର ସବୁଯାକ ସରକାରୀ ସ୍କୁଲକୁ ୫ ବର୍ଷ ଭିତରେ ଆଧୁନିକ କରିବା ଉଚିତ ।ଉନ୍ନତ ଆଧୁନିକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନର ଏକ ଆଧୁନିକ, ପରିବର୍ତ୍ତନଶୀଳ ଏବଂ ସାମଗ୍ରିକ ଉପାୟ ଅଣାଯିବ I

‘ପିଏମ ଶ୍ରୀ’ ବିଦ୍ୟାଳୟରେ କ’ଣ ବିଶେଷ ରହିବ
‘ପିଏମ ଶ୍ରୀ’ ଯୋଜନା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ, ସ୍ମାର୍ଟ ଶିକ୍ଷା ଏବଂ ଆଧୁନିକ ଭିତ୍ତିଭୂମି ରହିବ I
‘ପିଏମ ଶ୍ରୀ’ ବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି (NEP) ର ସମସ୍ତ ଉପାଦାନଗୁଡ଼ିକର ଝଲକ ରହିବ I
ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କ ଆଖପାଖରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ମାର୍ଗଦର୍ଶନ କରିବେ I
ଏହି ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବ I
ଏହା ବ୍ୟତୀତ ଏଗୁଡ଼ିକରେ ଅତ୍ୟାଧୁନିକ ଲ୍ୟାବ ପ୍ରତିଷ୍ଠା କରାଯିବ। ବହି ବ୍ୟତୀତ ଛାତ୍ରମାନେ ପ୍ରାକ୍ଟିସ ରୁ ମଧ୍ୟ ଶିଖିପାରିବେ I
ପ୍ରାଥମିକ ଏବଂ ପ୍ରାରମ୍ଭିକ ପିଲାମାନଙ୍କ ପାଇଁ କ୍ରୀଡା ଉପରେ ଧ୍ୟାନ ଦିଆଯିବ I ଯାହାଦ୍ୱାରା ସେମାନଙ୍କର ଶାରୀରିକ ବିକାଶ ହୋଇପାରିବ I