ଟ୍ରକ ସହ ଧକ୍କା ପରେ ଜଳିଗଲା ବସ ,୧୨ ମୃତ ୩୦ ଆହତ
ମହାରାଷ୍ଟ୍ର : ନାସିକ ରେ ଘଟିଯାଇଛି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା । ଆଜି ଭୋର ସମୟରେ ନାସିକର ଔରଙ୍ଗାବାଦ ରୋଡ଼ରେ ଏକ ବସ୍ ଟ୍ରକ ସହିତ ଧକ୍କା ହେବାପରେ ବସ ଟିରେ ନିଆଁ ଲାଗିଯାଇଥିଲା। ଫଳରେ ବସରେ ଥିବା ଜଣେ ଶିଶୁ ସମେତ ୧୧ ଜଣଙ୍କ ଶୋଚନୀୟ ମୃତ୍ୟୁ ହେବI ସହିତ ୩୦ ଜଣ ଆହତ ହୋଇଛନ୍ତି I ନିଆଁ ଲାଗିଯାଇ ବସ୍ଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର […]
ମହାରାଷ୍ଟ୍ର : ନାସିକ ରେ ଘଟିଯାଇଛି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା । ଆଜି ଭୋର ସମୟରେ ନାସିକର ଔରଙ୍ଗାବାଦ ରୋଡ଼ରେ ଏକ ବସ୍ ଟ୍ରକ ସହିତ ଧକ୍କା ହେବାପରେ ବସ ଟିରେ ନିଆଁ ଲାଗିଯାଇଥିଲା। ଫଳରେ ବସରେ ଥିବା ଜଣେ ଶିଶୁ ସମେତ ୧୧ ଜଣଙ୍କ ଶୋଚନୀୟ ମୃତ୍ୟୁ ହେବI ସହିତ ୩୦ ଜଣ ଆହତ ହୋଇଛନ୍ତି I ନିଆଁ ଲାଗିଯାଇ ବସ୍ଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି।
ନ୍ୟୁଜ ଏଜେନ୍ସି ପିଟିଆଇ ର ସୂଚନାନୁସାରେ ଆଜି ସକାଳ ପ୍ରାୟ ୫ଟା ସମୟରେ ନାସିକର ଔରାଙ୍ଗାବାଦ ରାସ୍ତାରେ ଏକ ଟ୍ରକ୍ ଧକ୍କା ହେବା ପରେ ଏହି ଘଟଣା ଘଟିଥିଲା। ବସଟି ୟବତମାଲରୁ ମୁମ୍ବାଇ ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା I ଭୋର ସମୟରେ ଯାତ୍ରୀମାନେ ନିଦରେ ଥିବାରୁ ଓହ୍ଲାଇ ପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ପହଞ୍ଚି ବସ୍ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ I
ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗୁରୁତର ଆହତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ସମସ୍ତ ଚିକିତ୍ସା ଖର୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ଅନ୍ୟପଟେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ସିଏମ ସିନ୍ଦେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।




