ବସ-କାର ମୁହାଁମୁହିଁ ଧକ୍କା,ଚାଲିଗଲା ୯ ଜୀବନ
ଅହମ୍ମଦାବାଦ : ଶନିବାର ଭୋର ସମୟରେ ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏସୟୁଭି କାର ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ହେବାରୁ ଚାଲି ଯାଇଛି ୯ ଜଣଙ୍କ ଜୀବନ । ଏହି ଘଟଣାରେ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଇଥିଲେ । ଗାଡ଼ି ଚଳାଉଥିବା ବେଳେ ଏସୟୁଭି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏତେ ବଡ଼ ଦୁର୍ଘଟଣା […]
ଅହମ୍ମଦାବାଦ : ଶନିବାର ଭୋର ସମୟରେ ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏସୟୁଭି କାର ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ହେବାରୁ ଚାଲି ଯାଇଛି ୯ ଜଣଙ୍କ ଜୀବନ । ଏହି ଘଟଣାରେ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଇଥିଲେ । ଗାଡ଼ି ଚଳାଉଥିବା ବେଳେ ଏସୟୁଭି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅତିରିକ୍ତ ଜିଲ୍ଲା କଲେକ୍ଟର କେତନ ଯୋଶୀ କହିଛନ୍ତି ଯେ ୩୨ ଆହତଙ୍କ ମଧ୍ୟରୁ ୧୭ ଜଣଙ୍କୁ ଭାଲସାଦ ଡାକ୍ତରଖାନା ଓ ୧୪ ଜଣଙ୍କୁ ନାଭସାରୀ ଡାକ୍ତରଖାନାରେ ଭର୍ତି କରାଯିବା ସହ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସୁରଟକୁ ନିଆଯାଇଛି। ୩୨ ଜଣଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।
ସେହିପରି ଯୋଶୀଙ୍କ ସୂଚନାନୁସାରେ କାର ଏସୟୁଭି (ଫରଚ୍ୟୁନର) ରେ ଥିବା ସମସ୍ତ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି I ଘଟଣାସ୍ଥଳରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ସମସ୍ତ ଯାତ୍ରୀ ଅଙ୍କଲେଶ୍ୱରର ଏକ ଫାର୍ମର କର୍ମଚାରୀ ଥିଲେ ଏବଂ ଯାତ୍ରୀବାହୀ ବସ୍ ଟି ଅହମ୍ମଦାବାଦରୁ ଭାଲସାଦ ଅଭିମୁଖେ ଯାଉଥିଲା।
ଯୋଶୀ କହିଛନ୍ତି ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନାହିଁ, କିନ୍ତୁ ଏସୟୁଭି କାର ଡ୍ରାଇଭଙ୍କ ଆଖି ଲାଗି ଯିବାରୁ ଗାଡି ଟି ଭୁଲ ଦିଗରେ ଯାଇ ପ୍ରଥମେ ଡିଭାଇଡର ରେ ବାଡେଇ ହୋଇ ବିପରୀତ ଦିଗରେ ଆସୁଥିବା ଯାତ୍ରୀବାହୀ ବସ କୁ ଧକ୍କା ଦେଇଥିଲା I ତେବେ ବସ୍ର ବେଗ ଅଧିକ ଥିବାରୁ ଏହା ଏସ୍ୟୁଭି ଉପରେ ମାଡ଼ି ଯାଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। ଦୁର୍ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କ୍ରେନ ସାହାଯ୍ୟରେ ବସ୍କୁ ରାସ୍ତାରୁ ହଟାଯିବାରୁ ଯାତାୟତ ସାମାନ୍ୟ ହୋଇଥିଲା। ତେବେ ପୋଲିସ ଏହି ଘଟଣାର କାରଣ ଖୋଜୁଛି।
ସୂଚନାନୁସାରେ,ଗତକାଲି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ରେ ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ ଉଇକେଟ କିପର ଋଷଭ ପନ୍ତ। ସେ ନିଜ ମର୍ସିଡିଜ୍ କାର୍ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ରାସ୍ତାରେ ଆଖି ଲାଗିଯିବାରୁ ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା I ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଜଳନ୍ତା କାର ରୁ ଋଷଭ ପନ୍ତ ସାମ୍ନା ପଟ କାଚ ଭାଙ୍ଗି ପଦାକୁ ଆସିଥିଲେ I ସେହି ସମୟରେ ହରିଦ୍ୱାରରୁ ଦିଲ୍ଲୀ କୁ ଆସୁଥିବା ଏକ ବସ ର ଡ୍ରାଇଭର ତାଙ୍କୁ ପ୍ରଥମେ ଉଦ୍ଧାର କରି ରୁର୍କି ସ୍ଥିତ ସକ୍ଷମ ହସ୍ପିଟାଲ ରେ ଭର୍ତି କରିଥିଲେ I ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି I
Gujarat: Nine dead as bus collides with SUV in Navsari
Read @ANI Story | https://t.co/TNiq1klEOq#Gujarat #RoadAccident #Navsari pic.twitter.com/PiStS24hRg
— ANI Digital (@ani_digital) December 31, 2022




