ପଶ୍ଚିମବଙ୍ଗ ଦେଖିବ ‘ବୁଲବୁଲ’ର ଉଗ୍ରରୂପ

ସମୟ ଲାଇଭ୍‍,୧୦/୧୧: ସିଭିୟର ସାଇକ୍ଲୋନିକ୍‍ ଷ୍ଟର୍ମ ବୁଲବୁଲ ପଶ୍ଚିମବଙ୍ଗ ପହଞ୍ଚିଥିବାବେଳେ ଶନିବାର ରାତିରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ରବିବାର ଏହାର ପ୍ରଭାବ ବଢ଼ିବାରେ ଲାଗିଛି। ଅନ୍ୟପଟେ କେନ୍ଦ୍ରସରକାର ପଶ୍ଚିମବଙ୍ଗକୁ ଯଥା ସମ୍ଭବ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବାତ୍ରା ପ୍ରଭାବରେ ଯେପରି କୌଣସି ଧନଜୀବନ ନଷ୍ଟ ନହୁଏ ସେଥିପ୍ରତି ସରକାର ତତ୍ପର ଥିବା ମମତା […]

Samaya Live Picture
Published On

ସମୟ ଲାଇଭ୍‍,୧୦/୧୧: ସିଭିୟର ସାଇକ୍ଲୋନିକ୍‍ ଷ୍ଟର୍ମ ବୁଲବୁଲ ପଶ୍ଚିମବଙ୍ଗ ପହଞ୍ଚିଥିବାବେଳେ ଶନିବାର ରାତିରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ରବିବାର ଏହାର ପ୍ରଭାବ ବଢ଼ିବାରେ ଲାଗିଛି। ଅନ୍ୟପଟେ କେନ୍ଦ୍ରସରକାର ପଶ୍ଚିମବଙ୍ଗକୁ ଯଥା ସମ୍ଭବ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବାତ୍ରା ପ୍ରଭାବରେ ଯେପରି କୌଣସି ଧନଜୀବନ ନଷ୍ଟ ନହୁଏ ସେଥିପ୍ରତି ସରକାର ତତ୍ପର ଥିବା ମମତା କହିଛନ୍ତି। ବିପଦପୂର୍ଣ୍ଣ ସ୍ଥାନରୁ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି।

Tags: