ବଜେଟ୍‌‌ : କ’ଣ ଶସ୍ତା ଏବଂ କ’ଣ ମହଙ୍ଗା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କର ଏହା ହେଉଛି ତାଙ୍କର ପଂଚମ ବଜେଟ I ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଆସନ୍ତୁ ଜାଣିବା ଚଳିତ ବଜେଟ ରେ କଣ ଶସ୍ତା ଓ କଣ ମହଙ୍ଗା ରହିଛି I ପ୍ରତିବର୍ଷ ସରକାର କିଛି ଜିନିଷ ଉପରେ ଟିକସ ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ଏବଂ ହ୍ରାସ କରନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କର ଏହା ହେଉଛି ତାଙ୍କର ପଂଚମ ବଜେଟ I ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଆସନ୍ତୁ ଜାଣିବା ଚଳିତ ବଜେଟ ରେ କଣ ଶସ୍ତା ଓ କଣ ମହଙ୍ଗା ରହିଛି I ପ୍ରତିବର୍ଷ ସରକାର କିଛି ଜିନିଷ ଉପରେ ଟିକସ ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ଏବଂ ହ୍ରାସ କରନ୍ତି । ଏହା ଅନେକ ଜିନିଷ ଉପରେ ପ୍ରଭାବ ପକାଇଥାଏ I ଏଥର କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା ହେଲା ଜାଣନ୍ତୁ :

ଏହିସବୁ ହେଲା ଶସ୍ତା
–ନିର୍ଦ୍ଦିଷ୍ଟ ମୋବାଇଲ୍ ପର୍ଟ୍ସ ରୁ କଷ୍ଟମ୍ ଡ୍ୟୁଟି କମିବ
–ଇଲେକ୍ଟ୍ରିକ୍ କାର୍ ମଧ୍ୟ ଶସ୍ତା ହେବ I ଲିଥିୟମ୍ ଆଇନ୍ ବ୍ୟାଟେରୀ ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ
–ଟିଭି ଶସ୍ତା ହେବ I ଆମଦାନୀ ଶୁଳ୍କ କମ୍ ହେବ
–ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଶସ୍ତା ହେବ
–ଟେଲିଭିଜନ ପାର୍ଟସ ଉପରେ କଷ୍ଟମ୍ ଶୁଳ୍କ ୨ .୫ ପ୍ରତିଶତକୁ ହ୍ରାସ
–ଲ୍ୟାବ ଦ୍ୱାରା ନିର୍ମିତ ହୀରା ସିଡ୍ସ ଉପରେ କଷ୍ଟମ ଡ୍ୟୁଟି ଛାଡ
–ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ
–ଏହା ବ୍ୟତୀତ ଲିଥିୟମ ବ୍ୟାଟେରୀ ଉପରେ ୧୩ ପ୍ରତିଶତ ସୀମା ଶୁକ୍ଳ ହେବ । ସେହିପରି ,ଖେଳନା,ସାଇକେଲ ,ଅଟୋମୋବାଇଲ , ସ୍ୱଦେଶୀ ନିର୍ମିତ ଓ ମୋବାଇଲ କ୍ୟାମେରା ଲେନ୍ସ ମଧ୍ୟ ଶସ୍ତା ହେବ ।

ଏହିସବୁ ହେଲା ମହଙ୍ଗା
–ସୁନା,ରୂପା ଓ ହୀରା
— ସିଗାରେଟ

Tags: