ବ୍ରାଜିଲ ବିମାନ ଦୁର୍ଘଟଣା,୬୨ ମୃତ
ସାଓପାଓଲୋ : ବ୍ରାଜିଲିଆନ ଷ୍ଟେଟ ସାଓପାଓଲୋ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଡବଲ ଇଞ୍ଜିନ ଥିବା ATR ୬୨ – ୫୦୦ ନାମକ ବିମାନଟି ୫୭ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବରଙ୍କ ନେଇ ଉଡାଣ ଭରିଥିଲା । ଭୋଓପାସ୍ ଲିନହାସ ଏୟାରସ୍ ଦ୍ୱାରା ପରିଚାଳିତ ଏଟିଆର-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ […]
ସାଓପାଓଲୋ : ବ୍ରାଜିଲିଆନ ଷ୍ଟେଟ ସାଓପାଓଲୋ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଡବଲ ଇଞ୍ଜିନ ଥିବା ATR ୬୨ – ୫୦୦ ନାମକ ବିମାନଟି ୫୭ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବରଙ୍କ ନେଇ ଉଡାଣ ଭରିଥିଲା । ଭୋଓପାସ୍ ଲିନହାସ ଏୟାରସ୍ ଦ୍ୱାରା ପରିଚାଳିତ ଏଟିଆର-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ ଅଭିମୁଖେ ଉଡାଣ ଭରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ତଳେ ପଡି ସମ୍ପୂର୍ଣ୍ଣ ଜଳିଯାଇଛି। ବିମାନ ଦୁର୍ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦେଖନ୍ତୁ କିଭଳି ବିମାନଟି ଦୁର୍ଘଟଣା ଘଟିଥିଲା।
ଖବର ପାଇ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବିମାନଟି ଜନବସତି ଅଞ୍ଚଳ ନିକଟରେ ପଡ଼ିଥିଲେ ବି କେହି ମୃତାହତ ହୋଇ ନାହାନ୍ତି। କେବଳ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ବେଳର ଭୟଙ୍କର ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବ୍ରାଜିଲ ରାଷ୍ଟ୍ରପତି ବିମାନ ଦୁର୍ଘଟଣା ସମ୍ପର୍କରେ ଦେଶବାସୀଙ୍କୁ ସୂଚିତ କରି ଏକ ଦୁଃଖଦ ଘଟଣାର ବାହକ ସାଜିବାକୁ ପଡ଼ୁଥିବା କହିଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଯାଇଛି। ସାଓ ପାଓଲୋ ଗଭର୍ଣ୍ଣର ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି।




