କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବୋମା ଧମକ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଶନିବାର ବି‌ସ୍ଫୋରଣରେ ଉଡ଼ାଇ ଦେତବାପାଇଁ ଧମକ ମିଳିଛି। ଇମେଲ ମାଧ୍ୟମରେ ଏହି ଧମକ ମିଳିଥିଲା। ସେମାନଙ୍କ ଘରେ ୪ କେଜିର ଆର୍‌ଡିଏକ୍ସ ଓ ବିସ୍ଫୋରକ ରହିଛି ଏବଂ ଏହାକୁ ରିମୋଟରେ ନିୟନ୍ତ୍ରଣ କରାଯାଉଥିବା କୁହାଯାଇଥିଲା। ତେବେ ଧମକ ମିଳିବା ପରେ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ସନ୍ଧାନୀ କୁକୁର ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ‌ଖୋଜାଖୋଜି କରାଯାଇଥିଲା। ପରେ ଏହା ମିଥ୍ୟା […]

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବୋମା ଧମକ
Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଶନିବାର ବି‌ସ୍ଫୋରଣରେ ଉଡ଼ାଇ ଦେତବାପାଇଁ ଧମକ ମିଳିଛି। ଇମେଲ ମାଧ୍ୟମରେ ଏହି ଧମକ ମିଳିଥିଲା। ସେମାନଙ୍କ ଘରେ ୪ କେଜିର ଆର୍‌ଡିଏକ୍ସ ଓ ବିସ୍ଫୋରକ ରହିଛି ଏବଂ ଏହାକୁ ରିମୋଟରେ ନିୟନ୍ତ୍ରଣ କରାଯାଉଥିବା କୁହାଯାଇଥିଲା। ତେବେ ଧମକ ମିଳିବା ପରେ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ସନ୍ଧାନୀ କୁକୁର ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ‌ଖୋଜାଖୋଜି କରାଯାଇଥିଲା। ପରେ ଏହା ମିଥ୍ୟା ଧମକ ବୋଲି ଜଣାପଡ଼ିଥିଲା। ଏନେଇ ଇ-ମେଲ୍‌ ପଠାଇଥିବା ଅର୍ଣ୍ଣ ଅଶ୍ବିନ ଶେଖରଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହି ଧମକ ତାମିଲନାଡ଼ୁରୁ ଆସିଥିବା ପୁଲିସ କହିଛି।

Tags: