ବୋମା ଆତଙ୍କ,ମଝି ଆକାଶରୁ ଫେରିଗଲା ବିମାନ
ଭୁବନେଶ୍ୱର : ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ମଝି ଆକାଶରୁ ଫେରିଯାଇଛି ବିମାନ ଲୁଫଥାନସା ଫ୍ଲାଇଟ୍ । ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନଟି ୟୁଟର୍ଣ୍ଣ ନେଇ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ପୁନର୍ବାର ଅବତରଣ କରିଛି । ରବିବାର ସ୍ଥାନୀୟ ସମୟ ଅପରାହ୍ନ ୨.୧୪ରେ ଜର୍ମାନୀରୁ ଉଡାଣ ଭରିବାର ଦୁଇ ଘଣ୍ଟା ପରେ ବିମାନ LH752 ବୋମା ଧମକ ପାଇଥିଲା । ସୋମବାର ଭୋର ସମୟରେ ଏହା […]
ଭୁବନେଶ୍ୱର : ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ମଝି ଆକାଶରୁ ଫେରିଯାଇଛି ବିମାନ ଲୁଫଥାନସା ଫ୍ଲାଇଟ୍ । ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନଟି ୟୁଟର୍ଣ୍ଣ ନେଇ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ପୁନର୍ବାର ଅବତରଣ କରିଛି ।
ରବିବାର ସ୍ଥାନୀୟ ସମୟ ଅପରାହ୍ନ ୨.୧୪ରେ ଜର୍ମାନୀରୁ ଉଡାଣ ଭରିବାର ଦୁଇ ଘଣ୍ଟା ପରେ ବିମାନ LH752 ବୋମା ଧମକ ପାଇଥିଲା । ସୋମବାର ଭୋର ସମୟରେ ଏହା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏଠାରେ ପ୍ରବେଶ କରିବା ପୂର୍ବରୁ ବୋମା ଧମକ ମିଳିବାରୁ ଜର୍ମାନୀକୁ ଫେରିଯାଇଥିବା ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।




