ମସ୍କୋ-ଗୋଆ ବିମାନ ରେ ବୋମା ଆତଙ୍କ, ଉଜବେକିସ୍ତାନ ରେ କଲା ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ : ମୋସ୍କୋ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ I ଉଜବେକିସ୍ତାନ ରେ କଲା ଜରୁରୀକାଳୀନ ଅବତରଣ I ରୁଷ ର ପେରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ଏକ ଆଜୁର୍ ଏୟାର ଚାର୍ଟାର୍ଡ ​​ବିମାନ ଉଡାଣ ଭରିଥିଲା I ଏଥିରେ ୨ ଜଣ ଶିଶୁ ୭ ଜଣ କୃ ମେମ୍ବରଙ୍କ ସହିତ ମୋଟ ୨୩୮ ଯାତ୍ରୀ ଥିଲେ। ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ […]

Samaya Live Picture
Published On

ନୂଆଦିଲ୍ଲୀ : ମୋସ୍କୋ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ I ଉଜବେକିସ୍ତାନ ରେ କଲା ଜରୁରୀକାଳୀନ ଅବତରଣ I ରୁଷ ର ପେରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ଏକ ଆଜୁର୍ ଏୟାର ଚାର୍ଟାର୍ଡ ​​ବିମାନ ଉଡାଣ ଭରିଥିଲା I ଏଥିରେ ୨ ଜଣ ଶିଶୁ ୭ ଜଣ କୃ ମେମ୍ବରଙ୍କ ସହିତ ମୋଟ ୨୩୮ ଯାତ୍ରୀ ଥିଲେ। ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ ଆଡ଼କୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି । ରୁଷୀୟ ଆଜୁର୍ ଏୟାରଲାଇନ୍ସ କୁ ୧୦ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା I

ଏହା ପୂର୍ବରୁ ଗତ ୯ ତାରିଖ ବିଳମ୍ବିତ ରାତିରେ ମସ୍କୋରୁ ଗୋଆ ଯାଉଥିବ ଏଜୁର ଏୟାରଲାଇନ୍ସର ବିମାନ ଗୁଜରାଟ ଜାମନଗରରେ ଜରୁରୀ ଅବତରଣ କରିଥିଲା । ବିମାନରେ ବମ୍ ଥିବା ନେଇ ଗୋଆ ଟ୍ରାଫିକ କଣ୍ଟ୍ରୋଲକୁ ଇ-ମେଲ ଯୋଗେ ଖବର ମିଳିଥିଲା । ଏହାପରେ ପରେ ଏୟାର ଟ୍ରାଫିକ କଣ୍ଟୋଲ ପକ୍ଷରୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନାର ଏୟାର ବେସରେ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଗୋଆ ବିମାନ ବନ୍ଦର ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବିମାନଟି ଦକ୍ଷିଣ ଗୋଆର ଡାବୋଲିମ୍ ବିମାନବନ୍ଦରରେ ସକାଳ ୪ .୧୫ ରେ ଅବତରଣ କରିବାର ଥିଲା I କିନ୍ତୁ ଏହା ପୂର୍ବରୁ ରାତି ୧୨.୩୦ ରେ ବିମାନ ବନ୍ଦର କର୍ତୃପକ୍ଷ ଙ୍କୁ ଇ-ମେଲ ଆସିଥିଲା I

ଏହା ପୂର୍ବରୁ ଆଜୁର୍ ଏୟାର ଦ୍ୱାରା ପରିଚାଳିତ ଏହି ବିମାନ (AZV2463) ଭାରତୀୟ ସୀମାକୁ ପ୍ରବେଶ କରିବା ପୂର୍ବରୁ ଏହାର ଗତିପଥ ବଦଳାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି।


ଭାରତରେ ଥିବା ରୁଷ ଦୂତାବାସ ଏହି ଘଟଣାରେ ଏକ ବିବୃତ୍ତି ଜାରି କରି କହିଛି ଯେ ମସ୍କୋରୁ ଗୋଆ ଅଭିମୁଖେ ଯାଉଥିବା ଆଜୁର ଏୟାର ବିମାନରେ ବୋମା ବିସ୍ଫୋରଣ ସମ୍ପର୍କରେ ଦୂତାବାସକୁ ଭାରତୀୟ କର୍ତ୍ତୃପକ୍ଷ ସଚେତନ କରିଛନ୍ତି।ବିମାନରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି। ଅଧିକାରୀମାନେ ବିମାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି। “

Tags: