ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି,ସରକାରୀ କର୍ମଚାରୀଙ୍କ ସମେତ ୧୦ ଜଣ ନିଖୋଜ
ଆସାମ : ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ିଯିବାର ଖବର ଆସିଛି। ଧୁବ୍ରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ୧୦ ଜଣ ନିଖୋଜ ଥିବା ଜଣାଯାଇଛି। ଡଙ୍ଗାରେ ମୋଟ ୨୦ ରୁ ଅଧିକ ଲୋକ ଥିଲେ। ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସିଇଓ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ପାଇବା ପରେ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା […]
ଆସାମ : ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ିଯିବାର ଖବର ଆସିଛି। ଧୁବ୍ରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ୧୦ ଜଣ ନିଖୋଜ ଥିବା ଜଣାଯାଇଛି। ଡଙ୍ଗାରେ ମୋଟ ୨୦ ରୁ ଅଧିକ ଲୋକ ଥିଲେ।
ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସିଇଓ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ପାଇବା ପରେ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗା ହେଉଛି ସ୍ୱଦେଶୀ ନିର୍ମିତ ଏକ ଯାନ୍ତ୍ରିକ ଡଙ୍ଗା । SDRF, NDRF ଏବଂ ପୋଲିସ କର୍ମଚାରୀଙ୍କ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି I
ସୂଚନାନୁସାରେ, ଗୁରୁବାର ସକାଳେ ଧୁବ୍ରି ଜିଲ୍ଲାର ଭାସାନି ନାଗରରେ ଅବସ୍ଥିତ ବ୍ରହ୍ମପୁତ୍ର ନଦୀରେ ଏହି ଦୁର୍ଘଟଣା ଘଟିଛି। ଧୁବ୍ରି ରାଜସ୍ୱ ଅଧିକାରୀ ସଞ୍ଜୁ ଦାସଙ୍କ ସମେତ ୨୦ ରୁ ଅଧିକ ଲୋକ ଡଙ୍ଗାରେ ସବାର ଥିଲେ । ଡଙ୍ଗା ବୁଡ଼ିଯିବା ବିଷୟରେ ସୂଚନା ପାଇବା ପରେ ପ୍ରଶାସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡଙ୍ଗାରେ ଥିବା ପ୍ରାୟ ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାଜସ୍ୱ ଅଧିକାରୀ ସଞ୍ଜୁ ଦାସଙ୍କ ସମେତ ଆଉ ୧୦ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି I ଧୁବ୍ରି ଡେପୁଟି କମିଶନର ଅମ୍ବାମୁଥନ କହିଛନ୍ତି ଯେ ନିଖୋଜ ଥିବା ସମସ୍ତ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବାପାଇଁ ଚେଷ୍ଟା ଜାରିରହିଛି I




