BNS ୮୬ ଅବବ୍ୟବହାର କଲେ ୩ ବର୍ଷ ଯାଏଁ ଜେଲ

ନୂଆଦିଲ୍ଲୀ : ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମହିଳାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଲାଗୁ ହୋଇଥିବା ଘରୋଇ ହିଂସା ଆଇନର ଦୁରୁପଯୋଗ ଉପରେ ସୁପ୍ରିମ କୋର୍ଟ ଦେଲେ ବଡ ରାୟ । ବ୍ୟକ୍ତିଗତ କାରଣ ପାଇଁ ବ୍ୟବହାର ହୋଇ ପାରିବ ନାହିଁ BNS ୮୬ । ମହିଳା ସୁରକ୍ଷା ଆଇନ BNS ୮୬ କୁ ଅପବ୍ୟବହାର କଲେ ହେବ ୩ ବର୍ଷ ଯାଏଁ ଜେଲ । ସ୍ୱାମୀ ବିରୋଧରେ […]

Samaya Live Picture
Published On

ନୂଆଦିଲ୍ଲୀ : ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମହିଳାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଲାଗୁ ହୋଇଥିବା ଘରୋଇ ହିଂସା ଆଇନର ଦୁରୁପଯୋଗ ଉପରେ ସୁପ୍ରିମ କୋର୍ଟ ଦେଲେ ବଡ ରାୟ । ବ୍ୟକ୍ତିଗତ କାରଣ ପାଇଁ ବ୍ୟବହାର ହୋଇ ପାରିବ ନାହିଁ BNS ୮୬ । ମହିଳା ସୁରକ୍ଷା ଆଇନ BNS ୮୬ କୁ ଅପବ୍ୟବହାର କଲେ ହେବ ୩ ବର୍ଷ ଯାଏଁ ଜେଲ । ସ୍ୱାମୀ ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଆଇନକୁ ଅପବ୍ୟବହାର କରିପାରିବେ ନାହିଁ ମହିଳା । ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ସୁଇସାଇଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ବଡ଼ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଜଷ୍ଟିସ ବିଏନ୍ ବିଭି ନାଗରତ୍ନ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଦ୍ୱାରା ଗଠିତ ବେଞ୍ଚ କହିଛନ୍ତି, ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଛି । ଏହି ଆଇନରେ ପରିବର୍ତ୍ତନ ଆଣିବାର ସମୟ ଅନୁଭବ କଲେ କୋର୍ଟ । ଆଇନର ଦୁରୁପଯୋଗ ଉପରେ ଚିନ୍ତା ପ୍ରକଟ କରିବା ସହ ଆଇନରେ ସଂଶୋଧନ ଆଣିବାର ଆବଶ୍ୟକତା ଥିବାରୁ ଏହା ଉପରେ ସଂସଦ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ଦାମ୍ପତ୍ୟର ମତଭେଦ ପାଇଁ ପତ୍ନୀଙ୍କ ଦ୍ୱାରା ମିଛରେ ପତି ଓ ତାଙ୍କ ପରିବାର ବର୍ଗଙ୍କ ବିରୋଧରେ ହେଉଥିବା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଆଇନ ପାଇଁ ବହୁ ପୁରୁଷ ତଥା ସେମାନଙ୍କ ପରିବାର ଅଯଥାରେ ନିର୍ଯାତିତ ହେଉଥିବା କହିଛନ୍ତି କୋର୍ଟ । ଏଥିସହ, ତୁରନ୍ତ ଏହି ଆଇନରେ ସଂଶୋଧନ କରିବାକୁ ସରକାରଙ୍କୁ କହିଛନ୍ତି । ଏହା ପୂର୍ବରୁ ମଧ୍ୟ କୋର୍ଟ ସଂସଦକୁ ଧାରା ୪୯୮-ଏ ସଂଶୋଧନ ପାଇଁ ପରାମର୍ଶ ଦେଇସାରିଛନ୍ତି ।

ଅନ୍ୟପଟେ ବେଙ୍ଗାଲୁରୁରେ AI ଇଂଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା। ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାରପତିଙ୍କ ନାଁରେ ବି କର୍ଣ୍ଣାଟକରେ ଏଫଆଇର ରୁଜୁ ହୋଇଛି। ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗଳୁରର ମରାଠାହାଲି ପୁଲିସ ଥାନାରେ ଏତଲା ଦେଇଛନ୍ତି। ବିକାଶଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏନଏସର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାନୁସାରେ,ଅତୁଲ ସୁଭାଷଙ୍କୁ ତାଙ୍କ ପତ୍ନୀ ନିକିତା ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଏକାଥରକେ ୩ କୋଟି ଟଙ୍କା ଦାବି କରୁଥିଲେ। ଏହାବାଦ ମାସିକ ୨ ଲକ୍ଷ ଟଙ୍କା ଭରଣ ପୋଷଣ ଦାବି କରି ଆସୁଥିଲେ । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ। ଶେଷରେ ୩୪ ବର୍ଷୀୟ ଅତୁଲ ସୁଭାଷ ୨୪ ପୃଷ୍ଠାର ଏକ ନୋଟ ସହ ୨ ଘଣ୍ଟାର ଭିଡିଓ ଛାଡି ନିଜ ଫ୍ଲାଟରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ।

Tags: