ବିହାରରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଥିବାବେଳେ ଦଳ ଚଳିତ ଥର ବାଚସ୍ପତି ନନ୍ଦ କିଶୋର ଯାଦବଙ୍କୁ ପାଟନା ସାହେବ ଆସନରୁ ବାଦ୍ ଦେଇଛି। ନନ୍ଦ କିଶୋର ୨୦୨୦ରୁ ପାଟନା ସାହେବରୁ ପ୍ରତିନିଧିତ୍ବ କରି ଆସୁଥିବାବେଳେ ଚଳିତ ଥର ଏଠାରେ ବିଜେପିର […]
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଥିବାବେଳେ ଦଳ ଚଳିତ ଥର ବାଚସ୍ପତି ନନ୍ଦ କିଶୋର ଯାଦବଙ୍କୁ ପାଟନା ସାହେବ ଆସନରୁ ବାଦ୍ ଦେଇଛି। ନନ୍ଦ କିଶୋର ୨୦୨୦ରୁ ପାଟନା ସାହେବରୁ ପ୍ରତିନିଧିତ୍ବ କରି ଆସୁଥିବାବେଳେ ଚଳିତ ଥର ଏଠାରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରତ୍ନେଶ କୁଶୱାହା। ସମ୍ରାଟ ଚୌଧୁରୀ ତାରାପୁର ଏବଂ ସିହ୍ନା ଲଖିସରାଇ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ତାଲିକାରେ ଥିବା ଅନ୍ୟ ବରିଷ୍ଠ ନେତାମାନେ ହେଉଛନ୍ତି ରାମ କୃପାଳ ଯାଦବ ଯିଏ କି ଦାନାପୁରରୁ ନିର୍ବାଚନ ଲଢ଼ିବେ। ପ୍ରେମ କୁମାର ଗୟାରୁ , ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ କଟିହାରରୁ, ଆଲୋକ ରଞ୍ଜନ ଝା ସହର୍ସରୁ ଏବଂ ମଙ୍ଗଳ ପାଣ୍ଡେ ସିୱନରୁ ନିର୍ବାଚନ ଲଢ଼ିବେ। ଉଲ୍ଳେଖଯୋଗ୍ୟ ଯେ ରବିବାର ଦିନ ବିଜେପି ଏବଂ ଜେଡିୟୁ ୧୦୧ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ନଭେମ୍ବର ୬ ଏବଂ ନଭେମ୍ବର ୧୧ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୪ରେ ନିର୍ବାଚନ ଫଳ ଆସିବ।




