ହରିଅଣାରେ ମ୍ୟାଜିକ ନମ୍ବର ଟପିଲା ବିଜେପି
ନୂଆଦିଲ୍ଲୀ : ହରିଅଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି I ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସୁଛି । ଭୋଟ୍ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ ନେକ୍ ଟୁ ନେକ୍ ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ଗଣତିରେ କଂଗ୍ରେସ ଆଗରେ ଚାଲୁଥିବା ବେଳେ ଦ୍ବିତୀୟ ଚରଣରେ ବିଜେପି ଆଗରେ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ମ୍ୟାଜିକ ନମ୍ବର ୪୬ […]
ନୂଆଦିଲ୍ଲୀ : ହରିଅଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି I ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସୁଛି । ଭୋଟ୍ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ ନେକ୍ ଟୁ ନେକ୍ ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ଗଣତିରେ କଂଗ୍ରେସ ଆଗରେ ଚାଲୁଥିବା ବେଳେ ଦ୍ବିତୀୟ ଚରଣରେ ବିଜେପି ଆଗରେ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ମ୍ୟାଜିକ ନମ୍ବର ୪୬ ଅତିକ୍ରମ କରି ସାରିଛି I ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ୬୫ଟି ଆସନରେ ଆଗୁଆ ରହିଥିଲା। ମାତ୍ର ଦିନ ୧୨ଟା ବେଳକୁ ବିଜେପି ୫୦ରୁ ଊର୍ଦ୍ଧ୍ବ ଆସନରେ ଆଗୁଆର ରହିଛି।
ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଥିଲା। ସେପଟେ ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ବିଜେପି ନେତା ଶାହନୱାଜ ହୁସେନ କହିଛନ୍ତି ଯେ କଂଗ୍ରେସ ସକାଳେ ବହୁତ ଉତ୍ସବ ପାଳନ କରିଥିଲା। ତେବେ ସେମାନେ ଯେତେ ଉତ୍ସବ ପାଳନ କଲେ ବି ବିଜୟ ବିଜେପି ପାଇଁ ହେବ। ହରିୟାଣାରେ ଆମେ ପୁଣି ଥରେ ଜିତିବାକୁ ଯାଉଛୁ। ଏକ୍ସଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, କଂଗ୍ରେସ ହରିୟାଣାରେ ସରକାର କରିବା ନେଇ ଆକଳନ କରାଯାଉଥିଲା ।
ସୂଚନାନୁଯାୟୀ, ଗତ ୫ ତାରିଖରେ ହରିୟାଣାର ୯୦ ସିଟ୍ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମତଦାନ ହାର ୬୭.୯ ପ୍ରତିଶତ ରହିଥିଲା। ଚଳିତ ନିର୍ବାଚନରେ ୧୦୧ ମହିଳା ଓ ୪୬୪ ସ୍ଵାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ବିରୋଧୀ ଦଳ ନେତା ଭୁପେନ୍ଦ୍ର ସିଂହ ହୁଦା, ଆଇଏନ୍ଏଲ୍ଡି ନେତା ଅଭୟ ଚୌତାଲା, ଜେଜେପିର ଦୁଶ୍ୟନ୍ତ ଚୌତାଲା, ବିଜେପିର ଅନିଲ ବିଜ୍ ଓ କଂଗ୍ରେସର ଭିନେଶ ଫୋଗଟ ରହିଛନ୍ତି।




