ମୁମ୍ବାଇରେ ଘରେଘରେ ମିଠା ପ୍ୟା‌କେଟ୍‌ ଦେଉଛି ବିଜେପି

ମୁମ୍ବାଇ: ମୁମ୍ବାଇ ମହାନଗର ନିର୍ବାଚନ ପୂର୍ବରୁ ବିଜେପି ମୁମ୍ବାଇରେ ପ୍ରତି ଘରେ ପହଞ୍ଚିବାପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ବିଜେପି କର୍ମୀମାନେ ମୁମ୍ବାଇରେ ପ୍ରତି ଘରେ ମିଠା ଏବଂ ନମକିନ୍‌ ପ୍ୟାକେଟ୍‌ ପହଞ୍ଚାଉଛନ୍ତି। ତୁଳସୀ ବିବାହ ଉତ୍ସବ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ। ପ୍ୟାକେଟ୍‌ରେ ଦଳର ସ୍ଲୋଗାନ୍‌ ‘ ଏକ୍‌ ହେଁ ତୋ ସେଫ୍‌ ହେଁ’ ରହିଛି। ବିଜେପି ପୂର୍ବରୁ ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ସମୟରେ ଏହି ସ୍ଲୋଗାନ ବ୍ୟବହାର […]

ମୁମ୍ବାଇରେ ଘରେଘରେ ମିଠା ପ୍ୟା‌କେଟ୍‌ ଦେଉଛି ବିଜେପି
Samaya Live Picture
Published On

ମୁମ୍ବାଇ: ମୁମ୍ବାଇ ମହାନଗର ନିର୍ବାଚନ ପୂର୍ବରୁ ବିଜେପି ମୁମ୍ବାଇରେ ପ୍ରତି ଘରେ ପହଞ୍ଚିବାପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ବିଜେପି କର୍ମୀମାନେ ମୁମ୍ବାଇରେ ପ୍ରତି ଘରେ ମିଠା ଏବଂ ନମକିନ୍‌ ପ୍ୟାକେଟ୍‌ ପହଞ୍ଚାଉଛନ୍ତି। ତୁଳସୀ ବିବାହ ଉତ୍ସବ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ। ପ୍ୟାକେଟ୍‌ରେ ଦଳର ସ୍ଲୋଗାନ୍‌ ‘ ଏକ୍‌ ହେଁ ତୋ ସେଫ୍‌ ହେଁ’ ରହିଛି। ବିଜେପି ପୂର୍ବରୁ ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ସମୟରେ ଏହି ସ୍ଲୋଗାନ ବ୍ୟବହାର କରିଥିଲା। ତେବେ ବିରୋଧୀ ଦଳ ନେତାମାନେ ବିଜେପିର ଏହି କାର୍ଯ୍ୟକୁ କଡ଼ା ସମାଲୋଚନା‌ କରିଛନ୍ତି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ) ମୁଖପାତ୍ର ଆନନ୍ଦ ଦୁବେ ଅଭିଯୋଗ କରିଛନ୍ତି ଯେ ଉତ୍ସବ ଅବସରରେ ଉପହାର ଦେଇ ବିଜେପି ଧାର୍ମିକ ଏବଂ ରାଜନୈତିକ ଭାବନା ଉଦ୍ରେକ ପାଇଁ ଉଦ୍ୟମ କରୁଛି। ଏହା ବିଜେପିର ଭୋଟ୍‌ ଧ୍ରୁବିକରଣ ରଣନୀତି। ଦଳ ଏନେଇ ନିର୍ବାଚନ କମିସନ୍‌ଙ୍କ ନିକଟରେ ଏକ ଅଭିଯୋଗ କରିବ। କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ଏହି ସମାଲୋଚନାକୁ ଦୋହରାଇ କହିଛନ୍ତି, ବିଜେପି ବିକାଶରେ ବିଫଳ ହେବାପରେ ଏବେ ଅନ୍ୟ ଉପା‌ୟରେ ଭୋଟ୍‌ ପାଇବାପାଇଁ ଉଦ୍ୟମ କରୁଛି।

Tags: